ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷଙ୍କ ରଣହୁଙ୍କାର ! ଦେଶରୁ ମୂଳୋତ୍ପାଟନ ହେବ ବିଜେପି ସରକାର 

328

କନକ ବ୍ୟୁରୋ : ଆସନ୍ତାକାଲି  ଆସିବ ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ  ମିଜୋରମ ବିଧାନସଭା ନିର୍ବାଚନର ଫଳାଫଳ ।  ଏଥର କିଏ ସରକାର ଗଢିବ, ସେନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି  । ଆଉ ଫଳାଫଳ ବାହାରିବାର ଠିକ କିଛି ଘଂଟା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ମୋଦି ସରକାରଙ୍କୁ ଗାଦିଚ୍ୟୁତ କରାଯିବ ବୋଲି ରଣହୁଙ୍କାର ଦେଇଛନ୍ତି । ରାହୁଲ ଗାନ୍ଧୀ, ମୋଦି ସରକାରଙ୍କ ଆକ୍ରମଣାତ୍ମକ ଢ଼ଙ୍ଗାରେ କହିଛନତି, ଆଗାମୀ ଆମ ସରକାର ଆସିବ ଏବଂ ଭିନ୍ନ ଉପାୟରେ ଦେଶ ପାଇଁ କାମ କରିବ । ଜନତା ବି ଏକଥା ଚାହୁଁଛନ୍ତି । ଏହାସହ ମୋଦି ସରକାରଙ୍କୁ ହଟାଇବା ପାଇଁ ମନସ୍ଥ କରିସାରିଛନ୍ତି ଜନତା ।

ଚଣ୍ଡୀଗଡ଼ରେ ଏକ ଖବରକାଗଜ ଲଚିଂ ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କହିଛନ୍ତି , ଆଜିକାଲି ଖବରକାଗରେ ପ୍ରଥମ ପଷ୍ଠାରେ ବିବାହ ଠାରୁ ଆରମ୍ଭ କରି ବିଲିଉଡ଼ ଓ କ୍ରିକେଟର ଖବର ଛପୁଛି । କିନ୍ତୁ ଚାଷୀଙ୍କ ସହ ଜଡ଼ିତ ଅସୁବିଧା କଥା  ତଥା ଭ୍ରଷ୍ଟାଚାର ଖବର ଗାୟବ ରହୁଛି । ସମସ୍ତ ରାଜ୍ୟର ମିଡ଼ିଆକୁ ନିଜ ବଶଙ୍କର କରିଛି ବିଜେପି ସରକାର ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ  । ସେନାକୁ ବ୍ୟକ୍ତିଗତ ସମ୍ପତି ପରି ବ୍ୟବହାର କରାଯାଇଛି । ଏବେ ଦେଶବାସୀଙ୍କ ସହିବା ସୀମା ଅତିକ୍ରମ ହୋଇଛି ।

ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ ଦୀର୍ଘ ୧୫ ବର୍ଷ ହେବ ଗାଦି ସମ୍ଭାଳି ଆସୁଥିବାବେଳେ ବିଜେପି ଏଥର କଂଗ୍ରେସ ସହ କଡା ମୁକାବିଲା କରୁଛି ।  ଏଥର ନିର୍ବାଚନରେ ବିଜେପିଠୁ କଂଗ୍ରେସ ଆଗରେ ରହିବ ବୋଲି ସର୍ଭେ ରିପୋର୍ଟ ଆକଳନ କରିସାରିଛି  । ସେପଟେ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ବି କାଲିର ଭୋଟଗଣତି ପାଇଁ ମାହୋଲ ସରଗରମ ରହିଛି ।  ଏଠାରେ  କେ.ଚନ୍ଦ୍ରଶେର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି, ଟିଆରଏସର ମୁକାବିଲା କଂଗ୍ରେସ ନେତୃତ୍ୱାଧୀନ ମେଂଟ ସହ ହେଉଛି । ଏହି ମେଂଟରେ ତେଲୁଗୁଦେଶମ ପାର୍ଟି ଓ ଅନ୍ୟ ଛୋଟ ଦଳ ସାମିଲ ହୋଇଛନ୍ତି । ବିିଭିନ୍ନ ଏକଜିଟ ପୋଲରେ  ଟିଏସଆସ ବହୁମତ ପାଇବ ବୋଲି ଅନୁମାନ କରାଯାଉଥିଲେ ବି ରାଜ୍ୟରେ  ଶାସକ ଦଳକୁ କଡା ଟକ୍କର ଦେଉଛି କଂଗ୍ରେସ-ତେଲୁଗୁଦେଶମ ମେଂଟ ।

ଛତିଶଗଡ ନିର୍ବାଚଳ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।  ଏଠାରେ ରମଣ ସିଂହ ନେତୃତ୍ୱଧୀନ ବିଜେପି ସରକାର ୨୦୦୩ ମସିହାରୁ କ୍ଷମତାରେ ରହିଛି ।  ୨୦୧୩ ନିର୍ବାଚନରେ  ବିଜେପି ଏଠାରେ କମ ଭୋଟ ବ୍ୟବଧାନରେ ଜିତିଥିଲା ।  ତେଣୁୁ ଏଠାରେ  କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି  । ତୃତୀୟ ମେଂଟ ଭାବେ ଉଭା ହୋଇଛନ୍ତି ଅଜିତ ଯୋଗୀ  । ରାଜସ୍ଥାନ  ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ପ୍ରତି ପାଂଚ ବର୍ଷରେ ଥରେ ସରକାର ପରବର୍ତନ ହେଉଥିବାକୁ ଏଥର ବି କ୍ଷମତା ବଦଳିବ ବୋଲି ଆକଳନ କରାଯାଇଛି  । ସବୁ ଏକଜିଟ ପୋଲ ବି  ରାଜସ୍ଥାନରେ ପଟ୍ଟ ପରିବର୍ତ୍ତନ ହେବ ବୋଲି ଅନୁମାନ କରିଛନ୍ତି ।

ସେପଟେ ମିଜୋରାମ ଫଳାଫଲ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି  । ହେଲ ଏକଜିଟ ପୋଲ କହୁଛି ଏଥର କଂଗ୍ରେସ କୁ ଝଟକା ମିଳିପାରେ । ମିଜୋରାମରେ ଏମଏନଏଫ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଇଛି । ହେଲେ ଆସନ୍ତାକାଲି ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ ମିଜୋରାମରେ କିଏ ସରକାର ଗଢିବ ।