ରାହୁଲଙ୍କ ମାନସରୋବର ଯାତ୍ରା ନେଇ ତେଜିଲା ରାଜନୀତି : ବିଜେପି-କଂଗ୍ରେସ ମୁହାଁମୁହିଁ,ଆଜି ନେପାଳର କାଠମାଣ୍ଡୁରୁ ଯାତ୍ରା କରିବେ କଂଗ୍ରେସ ଅଧ୍ୟକ୍ଷ

26

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମାନସରୋବର ଯାତ୍ରା । ରାହୁଲ ଶୁକ୍ରବାର ନେପାଳ ରାଜଧାନୀ କାଠମାଣ୍ଡୁରେ ପହଂଚିଛନ୍ତି । କାଠମାଣ୍ଡୁର ହମାଳୟନ ଟାଇମ୍ସ ଅନୁସାରେ ରାହୁଲ କାଠମାଣ୍ଡୁରେ କାଲି ଦିନ ୨ଟା ବେଳେ ପହଂଚିବା ପରେ ଏକ ହୋଟେଲରେ ରହିଥିଲେ । ସେ ପୁଣି ଆଜି ଯାତ୍ରା ଆରମ୍ଭ କରିବେ । ଆଜି ରାହୁଲ କାଠମାଣ୍ଡୁରୁ ନେପାଳଗଞ୍ଜ ଯିବେ । ୨୬ ଏପ୍ରିଲରେ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ ରାହୁଲଙ୍କ ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତିଯାଇଥିଲା, ଆଉ ଏହାପରେ ରାହୁଲ ମାନସରୋବର ଯାତ୍ରା କରିବା କଥା ଘୋଷଣା କରିଥିଲେ ।

www.google.com

ପୂର୍ବରୁ ଚୀନ ରାସ୍ତା ଦେଇ ରାହୁଲ ମାନସରୋବର ଯାତ୍ରା କରୁଥିବା କଥା ଚର୍ଚ୍ଚା ହୋଇଥିଲା । ସେପଟେ ସେପଟେ ରାହୁଲଙ୍କ ମାନସରୋବର ଯାତ୍ରା ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ରାହୁଲଂକ ମାନସରୋବର ଯାତ୍ରା ନେଇ ପ୍ରଶ୍ନ ଉଠାଇଛି ବିଜେପି । ରାହୁଲଂକ ଏହି ଗସ୍ତର ପ୍ରକୃତ ଉଦ୍ଦେଶ୍ୟ କ’ଣ ଓ ମାନସରୋବର ଆଳରେ ଚୀନ୍ ଯିବାକୁ ରାହୁଲ କାହିଁକି ଯୋଜନା କରୁଛନ୍ତି ବୋଲି ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଅଭିଯୋଗ କରିଛନ୍ତି । ସେପଟେ ବିଜେପିକୁ କଡ଼ା ଭାଷାରେ ଜବାବ ଦେଇଛି କଂଗ୍ରେସ । ବିଜେପି ଅଯଥାରେ ରହୁଲଙ୍କୁ ଟାର୍ଗେଟ୍ କରୁଛି । ଧାର୍ମିକ ଯାତ୍ରା ପାଇଁ ରାହୁଲଂକୁ କ’ଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ କ’ଣ ଅନୁମତି ନେବାକୁ ପଡ଼ିବ କି ବୋଲି କଂଗ୍ରେସ ମୁଖପାତ୍ର ତାତ୍ସଲ୍ୟ କରିଛନ୍ତି ।