‘କୁମ୍ଭକରଣ ଯୋଜନା’ ! ରାଜସ୍ଥାନରେ ପୁଣି ଖସିଲା ରାହୁଲଙ୍କ ତୁଣ୍ଡ ।

346

ରାଜସ୍ଥାନ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନେଇ ପୁଣି ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ନିଜ ବୟାନକୁ ନେଇ ପୁଣି ଥରେ ଟ୍ରୋଲ ହୋଇଛନ୍ତି ରାହୁଲ୍ । ରାଜସ୍ଥାନର ସୁରଜଗଡ ବିଧାନସଭା କ୍ଷେତ୍ରରେ କଂଗ୍ରେସ ଆଶାୟୀ ପ୍ରାର୍ଥୀ ଶବଣ କୁମାରଙ୍କ ସମର୍ଥନରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିବା ସମୟରେ ଖସିଯାଇଥିଲା ରାହୁଲଙ୍କ ତୁଣ୍ଡ । ଯେଉଁଥିପାଇଁ ଉଭୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କଂଗ୍ରେସକୁ ସୋସିଆଲ ମିଡିଆରେ ଟ୍ରୋଲ୍ ହେବାକୁ ପଡୁଛି ।

ରାହୁଲ ଗାନ୍ଧି କୁମ୍ଭାରାମ୍ ଲିଫ୍ଟ ଯୋଜନାକୁ କୁମ୍ଭକରଣ ଲିଫ୍ଟ ଯୋଜନା ବୋଲି କହିଦେଇଥିଲେ । ଯାହା ପରେ ପେଣ୍ଡାଲ ନିକଟରେ ଥିବା ଲୋକମାନଙ୍କ ହସ ଶୁଣିବାକୁ ମିଳିଥିଲା । ରାହୁଲ କଂଗ୍ରେସ ଦ୍ୱାରା କରାଯାଇଥିବା ବିକାଶ କାମକୁ ଲୋକଙ୍କ ସାମ୍ନାକୁ ଆଣୁଥିଲେ । ଏହି ସମୟରେ ସେ କୁମ୍ଭାରାମ୍ ଲିଫ୍ଟ କେନାଲ ଯୋଜନାକୁ କୁମ୍ଭକରଣ ଲିଫ୍ଟ ଯୋଜନା ବୋଲି ଭୁଲରେ କହି ଦେଇଥିଲେ ।

ଏହା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ଭୁଲ ଉଚ୍ଚାରଣ ପରେ ମଞ୍ଚରେ ଉପସ୍ଥିତ ଥିବା କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ରାହୁଲଙ୍କୁ ଯୋଜନାର ସଠିକ୍ ନାମ କହିଥିଲେ । ଏହା ପରେ ରାହୁଲ ତୁରନ୍ତ ନିଜ ଭୁଲକୁ ସୁଧାରିବା ସହ ଯୋଜନାର ସଠିକ ନାମ କୁମ୍ଭାରାମ ଲିଫ୍ଟ ଯୋଜନା ଉଚ୍ଚାରଣ କରିଥିଲେ ।