ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରସ୍ତୁତ ଥିବା ନେଇ ରାହୁଲ ଗାନ୍ଧିଙ୍କ ଇଙ୍ଗିତ ! କହିଲେ ପରିବାରବାଦ ରାଜନୀତି ଦେଶ ପାଇଁ ଏକ ବଡ ସମସ୍ୟା

107

କନକ ବ୍ୟୁରୋ : ଯୁବରାଜ ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ମନ ବଳେଇଲେଣି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ଥିବା ନେଇ ଇଙ୍ଗିତ ଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନାଚକ୍ରରେ ଭାଗ ନେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବା ବେଳେ ଏଭଳି ଇଚ୍ଛାବ୍ୟକ୍ତ କରିଛନ୍ତି ରାହୁଲ । କଂଗ୍ରେସ ଦଳ ତରଫରୁ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦିଆଯାଏ ତେବେ ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

Rahul Gandhi at a press conferenceଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାହୁଲ କହିଥିଲେ ଯେ, କଂଗ୍ରେସ ତରଫରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ତେବେ ଦଳ ଭିତରେ ଏନେଇ ଚୂଡାନ୍ତ ନିଷ୍ପତି ନିଆଯିବ । କଂଗ୍ରେସର ରାଜନୀତି ଇତିହାସରେ ୨୦୧୪ ନିର୍ବାଚନ ଏକ କଳା ଫର୍ଦ୍ଦ । ଇତିହାସ ଫର୍ଦ୍ଦ ଲେଉଟାଇଲେ ଜଣାଯାଏ ଯେ, ୨୦୧୪ ନିର୍ବାଚନରେ କଂଗ୍ରେସ ସଂସଦରେ ସବୁଠାରୁ କମ ଆସନ ହାସଲ କରିଥିଲା । ଏହାକୁ ମଧ୍ୟ ସ୍ୱୀକାର କରିଛନ୍ତି ରାହୁଲ । ତାଙ୍କ କହିବା ଅନୁଯାୟୀ, କଂଗ୍ରେସରେ ସେତେବେେଳେ କିଛି ଦଳ ବିରୋଧୀ ତଥା ଅହଂକାରୀ ନେତା ଥିଲେ ତେଣୁ କଂଗ୍ରେସର ଏପରି ସ୍ଥିତି ଉପୁଜିଲା । ତେବେ ୨୦୧୨ ମସିହାରୁ କଂଗ୍ରେସ ଲୋକଙ୍କ ସହ ଭାବ ବିନିମୟ କରିବା ଏକରକମ ଛାଡି ଦେଇଥିଲା ଯାହାର ପରିଣାମ ୨୦୧୪ ନିର୍ବାଚନରେ ଦେଖିବାକୁ ମିଳିଲା ।

rahul-gandhi-2ତେବେ ଏହି ଆଲୋଚନାଚକ୍ରରେ ରାଜନୀତିରୁ ପରିବାରବାଦର ବିଲୋପ ପାଇଁ ଜୋର ଦେଇଥିଲେ । ପରିବାରବାଦ ରାଜନୀତି ଭାରତର ରାଜନୀତି ତଥା ଦଳ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି ବୋଲି ରାହୁଲ କହିଥିଲେ । ତେବେ ଏସବୁ ଭିତରେ ସେ ନିଜ ଆଡକୁ ତୀର ମାରୁଥିବା କଥା ହୁଏତ ଜାଣି ପାରିନଥିଲେ । ଉଭୟ ରାଜନୀତି ଓ ବ୍ୟବସାୟ କ୍ଷେତ୍ରରେ ପରିବାରବାଦ ଝଲକ ଦେଖିବାକୁ ମିଳୁଛି । ଏପରିକି ଅଖିଳେଶ ଯାଦବ, ଅନୁରାଗ ଠାକୁର, ଅଭିଷେକ ବଚ୍ଚନ ଓ ମୁକେଶ ଅମ୍ବାନୀଙ୍କ ପରିବାରବାଦର ଉଦାହରଣ ଦେଇଥିଲେ ରାହୁଲ । କିନ୍ତୁ ପୂରା ଦେଶର ନଜର ତାଙ୍କ ପରିବାର ଉପରେ କାହିଁକି ରହୁଛି ସେ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କଂଗ୍ରେସ ଉପାଧ୍ୟକ୍ଷ ।

rahul modi 1ଏହି ଆଲୋଚନାଚକ୍ରରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ଆଟାକ କରିଥିଲେ । ସେ ମୋଦିଙ୍କୁ ଟାର୍ଗେଯ କରି କହିଥିଲେ ଯେ, ଏହି ସରକାରରେ ଭାରତରେ ଦିନକୁ ଦିନ ହିଂସା , କ୍ରୋଧ ଓ ଧୃବିକରଣ ଭଳି ରାଜନୀତି କାୟାବିସ୍ତାର କରୁଛିି । ଯାହାକି ଭାରତ ବର୍ଷ ପାଇଁ ସମ୍ପୂର୍ଣ୍ଣ ନୂଆ । ରାହୁଳ କହିଛନ୍ତି ଦେଶରେ ଗୋରକ୍ଷା ନାଁରେ ହିଂସା ସୃଷ୍ଟି କରାଯାଉଛି । ଏସବୁ ଭିତରେ ପତ୍ରକାର ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲା ମଧ୍ୟ ଉଠାଇଥିଲେ । ସେ କହିଥିଲେ ଏବେ ଭାରତରେ ସାମ୍ବାଦିକଙ୍କ କଣ୍ଠରୋଧ କରାଯାଉଛି । ସତ୍ୟନିଷ୍ଠ ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି । ଗୋମାଂସ ଖାଇବା ଅଭିଯୋଗରେ ମୁସଲମାନଙ୍କୁ ହତ୍ୟା କରାଯାଉଛି, ଦଳିତମାନଙ୍କୁ ନିର୍ଯାତନା ଦିଆଯାଉଛି । ତେବେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତିି ରାହୁଲ ।

ତେବେ ଏସବୁ ଭିତରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ରାହୁଳ । ସେ କହିଛନ୍ତି, ଏହି ସରକାର ସମୟରେ ଯୁବକ ମାନେ ବେକାର ବୁଲୁଛନ୍ତି । ନିଜ ଦେଶରେ ମଧ୍ୟ କୌଣସି ଭବିଷ୍ୟତ ନଥିବା କହିଛନ୍ତି ଲକ୍ଷାଧିକ ଲୋକ । ଏପରିକି ଧର୍ମ ନାଁରେ ରାଜନୀତି କରିବା ସହ ଲୋକଙ୍କ ମଧ୍ୟରେ ଦଙ୍ଗା ସୃଷ୍ଟି କରୁଛି ଏହି ସରକାର । ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି ରାହୁଳ କହିଛନ୍ତି ପ୍ରଧାନମନ୍ତ୍ରୀ କାହାକୁ ବିଶ୍ୱାସକୁ ନେଉନାହାଁନ୍ତି । ଏଭଳିକି ବିମୁଦ୍ରାକରଣ ପ୍ରସଙ୍ଗରେ ସଂସଦ ଓ କ୍ୟାବିନେଟଳୁ ମଧ୍ୟ ବିଶ୍ୱାସକୁ ନେଇ ନାହାଁନ୍ତି ମୋଦି । ବିମୁଦ୍ରାକରଣକୁ ନିନ୍ଦା କରିବା ସହ କହିଛନ୍ତି ଏଥିିପାଇଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡିଛି । ଦେଶର ଜିଡିପରେ ୨ପ୍ରତିଶତ ହ୍ରାସ ପାଇଛି । ଯାହାର ସିଧାସଳଖ ପ୍ରଭାବ ଚାଷୀ ମାନଙ୍କ ଉପରେ ପଡିଛି ।

rahul gandhi 4ଆଲୋଚନା ଛଳରେ ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି ରାହୁଲ ।ସେ କହିଛନ୍ତି ତାଙ୍କ ତୁଳନାରେ ମୋଦି ଜଣେ ଦକ୍ଷ ସଂଚାରକ । କିନ୍ତୁ ଭାରତର ବିଦେଶ ନିତିରେ ଏବେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । କେବଳ ଆମେରିକାକୁ ଛାଡିଦେଲେ ଭାରତର ଏବେ କୌଣସି ରାଷ୍ଟ୍ର ସହ ସର୍ମ୍ପକ ଭଲ ନାହିଁ । ଏପରକି ଏହି ସରକାର ସମୟରେ ଭାରତର ଘନିଷ୍ଠ ସହଯୋଗୀ ଋଷ ମଧ୍ୟ ଭାରତର ହାତ ଛାଡୁଥିବା କଥା ଅନେକ ସମୟରେ ସାମ୍ନାକୁ ଆସୁଛି । କେବଳ ଏତିକି ନୁହେଁ ଋଷ ଏବେ ପାକିସ୍ତାନକୁ ଯୁଦ୍ଧ ସାମଗ୍ରୀ ବିକିବା ଆରମ୍ଭ କରିଛି । ଯାହା ଭାରତର କୂଟନୈତିକ ବିଫଳତାକୁ ସୂଚାଉଛି ।

ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବେ ତାଙ୍କ ପଛରେ ସମ୍ପୂର୍ଣ୍ଣ ଭାବେ ପଡି ଯାଇଛନ୍ତି । ତେଣୁ ଲୋକଙ୍କ ମନରୁ ରାହୁଲଙ୍କ ପ୍ରତି ଥିବା ଭଲପାଇବା ଓ ବିଶ୍ୱାସକୁ ନଷ୍ଟ କରିବା ପାଇଁ ଅନଲାଇନର ସାହାର୍ଯ୍ୟ ନେଉଛନ୍ତି ମୋଦି । ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ତାଙ୍କୁ ବଦନାମ କରିବାକୁ ଯୋଜନା କରୁଛନ୍ତି ମୋଦି । ଏଥିପାଇଁ ଏକ ହଜାରରୁ ଅଧିକ ବ୍ୟକ୍ତିଙ୍କୁ କାମରେ ଲଗାଯାଇଛି ବୋଲି କହିଛନ୍ତି ରାହୁଲ ।

ତେବେ ଏସବୁ ଭିତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଇଚ୍ଛାବ୍ୟକ୍ତ କରିବା ଟିକିଏ ଅଡୁଆ ଲାଗୁଛି । ୨୦୧୪ ନିର୍ବାଚନ ପ୍ରହାରରେ କଂଗ୍ରେସ ଏ ଯାଏଁ ସିଧାସଳଖ ଠିଆ ହୋଇନଥିବା ବେଳେ ରାହୁଲଙ୍କ ଏଭଳି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।