ପୁଲିସ ହେପାଜତରେ କଂଗ୍ରେସ ଉପାଧ୍ୟକ୍ଷ ! ମଧ୍ୟପ୍ରଦେଶର ମୃତ ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବା ବେଳେ ନିମୋଚରୁ ରାହୁଲଙ୍କୁ ଉଠାଇ ନେଲା ପୁଲିସ

8

କନକ ବ୍ୟୁରୋ : ପୁଲିସ ହେପାଜତରେ କଂଗ୍ରେସ ଉପାଧ୍ୟକ୍ଷ । ମଧ୍ୟପ୍ରଦେଶର ମୃତ ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବା ବେଳେ ନିମୋଚରୁ ରାହୁଲ ଗାନ୍ଧୀଙ୍କୁ ହେପାଜତକୁ ନେଇଛି ପୁଲିସ । ରାଜସ୍ଥାନ ସୀମା ନୟାଗାଁଓ ନିକଟରୁ ରାହୁଲଙ୍କ ପୁଲିସ ଉଠାଇ ନେଇଥିବା ଜଣାପଡିଛି ।

ବାରଣ ସତ୍ୱେ ରାହୁଲ ଗାନ୍ଧି ବାଇକ୍ ରାଲିରେ ମନ୍ଦସୋର ମୃତଚାଷୀଙ୍କ ପରିବାରଙ୍କୁ ଭେଟିବା ପାଇଁ ଯାଉଥିବା ବେଳେ ତାଙ୍କୁ ପୁଲିସ ଅଟକ ରଖିଛି । ତେବେ ତାଙ୍କୁ ନିମୋଚ୍ର ଏକ ଗେଷ୍ଟ ହାଉସରେ ରଖାଯାଇଛି । ତେବେ ପୁଲିସ ଦ୍ୱାର ଅଟକ ହେବା ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମନ୍ଦସୌର ଘଟଣା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।