ଆତ୍ମରକ୍ଷା କୌଶଳରେ ମାହିର ରାହୁଲ ଗାନ୍ଧି ! ଆଇକିଡୋରେ ବ୍ଲାକବ୍ଲେଟ ପାଇଛନ୍ତି କଂଗ୍ରେସ ଯୁବରାଜ

43

ଏବେ ପୂରା ଆଟାକିଙ୍ଗ ମୁଡରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ନିର୍ବାଚନ ଯେତିକି ପାଖେଇ ଆସୁଛି ଯୁବରାଜଙ୍କ ସେତିକି ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳୁଛି । କିଛିଦିନ ପୂର୍ବେ ନିଜ ଭାଷଣରେ ମୋଦି ସରକାର ଓ କେନ୍ଦ୍ର ସରକାରଙ୍କୁ ଜୋରଦାର ଆଟାକ କରିଥିଲେ ରାହୁଲ । ଏପରିକି ମୋଦି ସରକାରଙ୍କ ଜିଏସଟିକୁ ଗବର ସିଂ ଟ୍ୟାକ୍ସ କହି ଖୁବ ଚର୍ଚ୍ଚାରେ ରହିଥିଲେ । ଏଇତ ଥିଲା ରାହୁଲଙ୍କ ରାଜନୀତି ମଇଦାନର କଥା । କେବଳ ରାଜନୀତି ନୁହେଁ ରାହୁଲଙ୍କ ବାସ୍ତବ ଜୀବନର କିଛି ଅକୁହା କଥା ଯାହା ଶୁଣିଲେ ଆପଣ ଅଶ୍ଚଯ୍ୟ ହେବେ । ଏକ କାଯ୍ୟକ୍ରମରେ ରାହୁଲଙ୍କ ନିଜ ଜୀବନର କିଛି କଥା ଲୋକଙ୍କ ଆଗରେ ବଖାଣିଛନ୍ତି ।

ଗୁରବାର ଦିଲ୍ଳୀରେ ପିଏଚଡି ଚ୍ୟାମ୍ବର ଅଫ୍ କର୍ମସର ବାର୍ଷିକ ଦିବସ ସମାରୋହରେ ଯୋଗ ଦେଇଥିଲେ । ଏହି ସମାରୋହରେ ବକ୍ସର ବିଜେନ୍ଦର ସିଂହ ମଧ୍ୟ ଉପସ୍ଥ୍ିତ ଥିଲେ । ରାହୁଲ ପ୍ରଧାନମନ୍ତ୍ରୀ ହେଲେ କ୍ରୀଡା ଜଗତ ପାଇଁ କଣ କରିବେ ବୋଲି ବିଜେନ୍ଦର ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାହୁଲ କହିଥିଲେ, ସେ ଆଇକିଡୋରେ ବ୍ଲାକବ୍ଲେଟ ହାସଲ କରିଛନ୍ତି । ତା ଛଡା ସ୍ୱୋର୍ଟ୍ସକୁ ସେ ବହୁତ ଭଲ ପାଆନ୍ତି । ଏପରିକି କ୍ରୀଡା ତାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ରାହୁଲ ଯେଉଁ ଆଇକିଡୋରେ ବ୍ଲାକବ୍ଲେଟ ହାସଲ କରିଛନ୍ତି ସେ ବିଷୟରେ ଅନେକ ଲୋକ ଜାଣିନଥିବେ ।

ଆଇକିଡୋ କ’ଣ :
aikido 2ଆଇକିଡୋ ହେଉଛି ମଡର୍ଣ୍ଣ ଜାପାନ ମାର୍ଶଲ ଆର୍ଟ । ମାର୍ଶଲ ଆର୍ଟର ଏକ ଆଧୁନିକ ରୂପ ହେଉଛି ଆଇକିଡୋ । ଏହି ଆର୍ଟକୁ ମୋରିହେଇ ଉଷେହିବା ଡେଭଲପ କରିଛନ୍ତି । ଆତ୍ମରକ୍ଷା ପାଇଁ ଏହି ମାର୍ଶଲ ଆର୍ଟକୁ ମୋରିହୋଇ ବିକଶିତ କରିଥିଲେ । ଏହାଦ୍ୱାରା ଆପଣ କେବଳ ଯେ ଶତ୍ରୁ କବଳରୁ ନିଜର ଆତ୍ମରକ୍ଷା କରିବେ ତାହା ନୁହେଁ ବରଂ ଆକ୍ରମଣ କରୁଥିବା ବ୍ୟକ୍ତିର ଯେପରି କୌଣସି କ୍ଷତି ନ ହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡିଥାଏ । ଏବେ ପୂରା ବିଶ୍ୱରେ ଆଇକିଡୋର ବିଭିନ୍ନ ନୂଆ ନୂଆ ଷ୍ଟାଇଲ ଦେଖଇବାକୁ ମିଳିଥାଏ । ଆଇକିଡୋର ଆରମ୍ଭ ୧୯୨୦ ମସିହାରେ ହୋଇଥିଲା ।ଜାପାନରେ ଆରମ୍ଭ ହୋଇଥିବା ଏହି ମାର୍ଶଲ ଆର୍ଟ ପରେ ପରେ ପୂରା ବିଶ୍ୱକୁ ବ୍ୟାପିଥିଲା । ଏହି ମାର୍ଶଲ ଆର୍ଟ ଏବେ ଲୋକଙ୍କ ଭିତରେ ଗ୍ରହଣୀୟ ହୋଇପାରିଛି ।

ଏହି ମାର୍ଶଲ ଆର୍ଟ ଲୋକଙ୍କ ପାଖରେ ଗ୍ରହଣୀୟ ହେବାର ମୁଖ୍ୟ କାରଣ ହେଉଛି, ଏହି ମାର୍ଶଲ ଆର୍ଟରେ ଆକ୍ରମଶକାରୀଙ୍କୁ ମଧ୍ୟ ରକ୍ଷା କରିବାର ବିଭିନ୍ନ କଳା ଶିଖାଯାଇଥାଏ । କେବଳ ରାହୁଲ ଆଇକିଡୋ ନୁହେଁ ବିଭିନ୍ନ ପ୍ରକାର ବ୍ୟାୟାମ ଓ ସ୍ୱିମିଂ କରିବାକୁ ପସନ୍ଦ କରିଥାନ୍ତି ରାହୁଲ । ଏହାଛଡା ରାହୁଲ ନିଜକୁ ଫିଟ୍ ରଖିବା ପାଇଁ ସାଇକେଲିଂ ଓ ଦୌଡକୁ ସାମିଲ କରିଛନ୍ତି ।