କଂଗ୍ରେସ କନ୍ଦଳ ଦୂର କରିବାରେ ସକ୍ଷମ ହେବ କି ସମନ୍ୱୟ କମିଟି ! ରାହୁଲଙ୍କ ଫର୍ମୁଲା ପରେ ଚର୍ଚ୍ଚା ଜୋର ।

2

ଓଡିଶା ପିସିସି ସମନ୍ୱୟ କମିଟିକୁ ଅନୁମୋଦନ କଲେ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଏହି ସମନ୍ୱୟ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବାବେଳେ, ଜଗନ୍ନାଥ ପଟ୍ଟନାୟକଙ୍କୁ ଆବାହକଭାବେ ନିଯୁକ୍ତ କରାଯାଇଛି । ଏହି ଦୁଇଜଣଙ୍କ ସହ ମୋଟ ୩୧ ଜଣ ସଦସ୍ୟ ଏହି ସମନ୍ୱୟ କମିଟିରେ ରହିଛନ୍ତି ।

ତେବେ ପୂର୍ବରୁ ଅନେକ ଥର ରାଜ୍ୟ କଂଗ୍ରେସରେ ସମନ୍ୱୟ ଅଭାବ ରହିଥିବା ଦେଖାଦେଇଛି । ଏବଂ ଏହାର ଫଳ ସ୍ୱରୁପ କଂଗ୍ରେସ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଛି । ଏହା ସଜାଡିବା ପାଇଁ ହାଇକମାଣ୍ଡ ରାହୁଲ ନେଇଛନ୍ତି ଏଭଳି ନିଷ୍ପତି । ଏବେ ଦଳ ଭିତରେ ଥିବା ଅର୍ନ୍ତକନ୍ଦଳକୁ ସମନ୍ୱୟ କମିଟି ଦ୍ୱାରା ସମାଧାନ କରିବ । ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକିଥିବା ବେଳେ ରାହୁଲଙ୍କ ଏହି ଗୋଟି ଚାଳନା କେତେଦୂର ଫଳପ୍ରଦ ହେବ ତାହା ଉପରେ ସମସ୍ତଙ୍କ ନଜର ।

ସମନ୍ୱୟ କମିଟିରେ ଅଛନ୍ତି:

୧. ଜିତେନ୍ଦ୍ର ସିଂ ( ଅଧ୍ୟକ୍ଷ )

୨. ଜଗନ୍ନାଥ ପଟ୍ଟନାୟକ ( ସଦସ୍ୟ )

୩. ନିରଞ୍ଜନ ପଟ୍ଟନାୟକ ( ସଦସ୍ୟ )

୪. ସୁଶିଲା ତିରିଆ ( ସଦସ୍ୟା )

୫. ନୀସିଂହ ମିଶ୍ର ( ସଦସ୍ୟ )

୬. ଆର.ସି ଖୁଣ୍ଟିଆ ( ସଦସ୍ୟ )

୭. ଜି. ରୁଦ୍ର ରାଜୁ ( ସଦସ୍ୟ )

୮. ଅନିଲ କୁମାର ଚୌଧୁରୀ ( ସଦସ୍ୟ )

୯. ମସ୍ତାନ ଭାଲୀ ( ସଦସ୍ୟ )

୧୦. ଆଦିତ୍ୟ ଶର୍ମା ( ସଦସ୍ୟ )

୧୧. ଚିରଞ୍ଜୀବ ବିଶ୍ୱାଳ ( ସଦସ୍ୟ )

୧୨. ନବ ଦାସ ( ସଦସ୍ୟ )

୧୩. ପ୍ରଦୀପ ମାଝୀ ( ସଦସ୍ୟ )

୧୪. ତାରାପ୍ରସାଦ ବାହିନୀପତି ( ସଦସ୍ୟ )

୧୫. ଭକ୍ତ ଚରଣ ଦାସ ( ସଦସ୍ୟ )

୧୬. ହେମାନନ୍ଦ ବିଶ୍ୱାଳ ( ସଦସ୍ୟ )

୧୭. ଜୟଦେବ ଜେନା ( ସଦସ୍ୟ )

୧୮. ଶ୍ରୀକାନ୍ତ ଜେନା ( ସଦସ୍ୟ )

୧୯. ପ୍ରସାଦ ହରିଚନ୍ଦନ ( ସଦସ୍ୟ )

୨୦. ଅନନ୍ତ ସେଠୀ ( ସଦସ୍ୟ )

୨୧. କାହ୍ନୁ ଚରଣ ଲେଙ୍କା ( ସଦସ୍ୟ )

୨୨. କାମାକ୍ଷା ପ୍ରସାଦ ସିଂହଦେଓ ( ସଦସ୍ୟ )

୨୩. ଶରତ ପଟ୍ଟନାୟକ ( ସଦସ୍ୟ )

୨୪. ବିଶ୍ୱରଞ୍ଜନ ମହାନ୍ତି ( ସଦସ୍ୟ )

୨୫. କିଶୋର ଚନ୍ଦ୍ର ପଟେଲ ( ସଦସ୍ୟ )

୨୬. ଏସ.କେ ମତ୍ଲୁବ ଅଲ୍ଲୀ ( ସଦସ୍ୟ )

୨୭. ଶିବାନନ୍ଦ ରାୟ ( ସଦସ୍ୟ )

୨୮ ସମୀର ରାଉତରାୟ ( ସଦସ୍ୟ )

୨୯. ବିଜଲକ୍ଷ୍ମୀ ସାହୁ ( ସଦସ୍ୟ )

୩୦. ମହମ୍ମଦ ମୋକିମ ( ସଦସ୍ୟ )

୩୧. ଶ୍ୟାମ ସୁନ୍ଦର ହାଁସଦା ( ସଦସ୍ୟ )

Comments are closed.