ମାସକ ଭିତରେ ଆଜି ଦ୍ୱିତୀୟ ଥର ପାଇଁ ଗୁଜରାଟ ଗସ୍ତରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ !

31

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ରାଜନୈତିକ ଗହଳ ଚହଳ ଦେଖିବାକୁ ମିଳିଛି । ମାସକ ଭିତରେ ଆଜି ଦ୍ୱିତୀୟ ଥର ପାଇଁ ଗୁଜରାଟ ଯାଉଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । କଂଗ୍ରେସର ଗୁଜରାଟ ମିଶନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଆରମ୍ଭ କରିବେ କଂଗ୍ରେସ ଯୁବରାଜ ।

rahul gandhiଏହି ତିନି ଦିନିଆ ଗସ୍ତ ଅବସରରେ ସେ ପ୍ରାୟ ୫ଶହ କିମି ରାଲି ଓ ଜନସଭା କରିବେ । ଆଜି ସକାଳ ୧୦ଟାରେ ଅହମ୍ମାଦାବାଦ ଏୟାରପୋର୍ଟ ପହଂଚିବେ କଂଗ୍ରେସ ଉପାଧ୍ୟକ୍ଷ । ସେଠାରୁ ହାତୀଜନ ସର୍କିଲ, ଜିଭାଇପୁର ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମସ୍ଥାନ ନଦିୟାଡ ଯିବେ । ଏହାପରେ ଆନନ୍ଦ ଜିଲ୍ଲାର ପେଟଲାଡ ସହର ଯାଇ ସେଠାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ । ଡେରଦଦ୍ଦା ଗାଁରେ ମହିଳା ଦୁଗ୍ଧ କୋଅପରେଟିଭ ପ୍ରତିନିଧୀଙ୍କ ସହ ସେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ବଡଦୋରା ଆସି ସୟାଜି ହଲରେ ବ୍ୟବସାୟୀଙ୍କ ସହ ସମ୍ବାଦ କରିବେ । ଆଜି ରାତିରେ ବଡୋଦରା ସର୍କିଟ ହାଉସରେ ରାହୁଲ ଗାନ୍ଧୀ ରାତ୍ରୀ ଯାପନ କରିବେ ବୋଲି ସୂଚନା ମିଳିଛି ।