ଗୁଜୁରାଟର ବନାସକାଣ୍ଠାରେ ରାହୁଲଙ୍କ ଗାଡ଼ିକୁ ପଥର ମାଡ଼! ଭାଙ୍ଗିଗଲା ଗାଡ଼ି କାଚ, ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ଉପାଧ୍ୟକ୍ଷ

31

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଶୁକ୍ରବାର ଦିନ ବନ୍ୟା ପୀଡିତ ଅଂଚଳକୁ ଗସ୍ତ କରିଛନ୍ତି ଏବଂ ଏହା ସହ ଲୋକଙ୍କୁ ଭେଟି ଦୁଃଖ ବୁଝିଛନ୍ତି । ଏହି ଗସ୍ତ ବେଳେ ରାହୁଲକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପିଡିଛି । ଯେତେବେଳେ ରାହୁଲ୍ ଗୁଜୁରାଟର ବନାସକାଣ୍ଠାରେ ପହଁଥିଲେ, ସେଠାରେ ହଠାତ୍ ତାଙ୍କର ଗାଡି ଉପରକୁ ପଥର ଫିଙ୍ଗାଯାଇଥିଲା । ଏହାସହ ଗାଡିର କାଚ ଭାଙ୍ଗିଯାଇଥିଲା । କିନ୍ତୁ ରାହୁଲ ଅଳ୍ପକେ ବିପଦରୁ ବର୍ତ୍ତି ଯାଇଛନ୍ତି । କୈାଣସି ଆଘାତ ଲାଗିନାହିଁ ।

ଏହା ପୂର୍ବରୁ ରାହୁଲ ରାଜସ୍ଥାନର ସଂଚୋର ଯାଇଥିଲେ । ସେଠାର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ କହିଥିଲେ , ସରକାର ଲୋକଙ୍କର ଠିକରେ ଧ୍ୟାନ ଦେଉନାହାଁନ୍ତି । କଂଗ୍ରେସ ଦଳ ବନ୍ୟା ପୀଡିତ ଲୋକଙ୍କ ସହ ରହିଛି । ରାହୁଲ କହିଛନ୍ତି , ସରକାରଙ୍କ ତରଫରୁ ଲୋକଙ୍କୁ କୈାଣସି ସାହାଯ୍ୟ ସହଯୋଗ କରାଯାଉନାହିଁ । ରାହୁଲ ଗୁରୁବାର ଦିନ ମଧ୍ୟ ଆସାମର ବନ୍ୟା ଅଂଚଳକୁ ଯାଇଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅଂଚଳ ଆକାଶ ମାର୍ଗରୁ ସର୍ବେକ୍ଷଣ କରିଥିଲେ ।(ସୌଜନ୍ୟ -ଆଜତକ୍)