ପୁଣି ଆଖି ମାରିଲେ ରାହୁଲ ଗାନ୍ଧି ! ଏଥର ଚା’ ବାଲା ଉଦ୍ଦେଶ୍ୟରେ ମାରିଲେ ଆଖି, ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିଡିଓ ।

32

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା କଂଗ୍ରେସ ଅଧ୍ୟକ୍ଷଙ୍କ ଆଖିମରା ଦୃଶ୍ୟ । ଚା ଦୋକାନୀଙ୍କୁ ଆଖି ମାରିଲେ ରାହୁଲ ଗାନ୍ଧୀ । ରାହୁଲ ନିଜ କାର୍ଯ୍ୟକର୍ତ୍ତାଙ୍କ ସହ ଚା ପିଉଥିବା ବେଳେ ଚା ଦୋକାନୀଙ୍କୁ ଆଖି ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାହୁଲ ଚା ଦୋକାନୀଙ୍କୁ ଆଖିମାରିବା ଆଖିଠାରରେ କିଛି କହୁଥିବା ଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଧ୍ୟପ୍ରଦେଶରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ଜୋରସୋରରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ ।

ଗତକାଲି ଭୋପାଳରେ କଂଗ୍ରେସର ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗଦେଇ ରୋଡ ସୋ କରିଥିଲେ । ରାଲିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ । ସେହି ସମୟରେ ଭୋପାଳର ଗୋଟିଏ ଚା ଦୋକାନରେ ଚା ପିଉଥିବା ବେଳେ ରାହୁଲ ଚା ଦୋକନୀଙ୍କୁ ଆଖି ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ସହ ଦୋକାନୀ ତାଙ୍କ ସେଲଫି ନେଉଥିବା ଦୃଶ୍ୟ ମଧ୍ୟ ନଜର ଆସିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ କିଛି ମାସ ପୂର୍ବରୁ ସଂସଦରେ ତାଙ୍କ ଆଖିମରାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।