ହିନ୍ଦୀ ହାର୍ଟଲାଣ୍ଡରେ ପରାଜୟ ପାଇଁ ୩ ବଡ ନେତାଙ୍କ ଉପରେ ରାହୁଲ ଅସନ୍ତୁଷ୍ଟ । ଗେହଲଟ, କମଲନାଥ ଓ ଚିଦାମ୍ୱରମ୍, ପୁଅଙ୍କୁ ଟିକେଟ୍ ଦେବା ନେଇ ରହିଲେ ବ୍ୟସ୍ତ

ଭୋଟରଙ୍କ ନିକଟରେ ପହଁଚି ପାରିଲାନି ଅସଲ ମୁଦ୍ଦା

365

କନକ ବ୍ୟୁରୋ: ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଆଉ ଏହି ସମୟରେ ସିଡବ୍ଲୁସି ବୈଠକରେ ମନ୍ଥନ ହୋଇଛି । ସବୁଠାରୁ ବଡ କଥା ହେଲା ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବି କଂଗ୍ରେସର ପ୍ରଦର୍ଶନ ଭଲ ହୋଇନାହିଁ । ଏହି ସମୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ କଂଗ୍ରେସ ସଭାପତି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗତକାଲି ବୈଠକରେ ରାହୁଲ କହିଥିଲେ, ଏମାନେ ନିଜ ପୁଅଙ୍କୁ ଟିକେଟ ଦେବାରେ ବ୍ୟସ୍ତ ରହିଲେ । କିନ୍ତୁ ଦଳର ଏଜେଣ୍ଡାକୁ ଆଗକୁ ବଢାଇଲେ ନାହି  । ଏପରିକି ପି.ଚିଦାମ୍ବରମଙ୍କ ଉପରେ ବି ରାହୁଲ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଏ ଭଳି ଟିକେଟ ବଂଟନକୁ ରାହୁଲ ବିରୋଧ କରିଥିଲେ । କିନ୍ତୁ ସଂପୃକ୍ତ ନେତାମାନେ ନିଜ ପୁଅଙ୍କୁ ଟିକେଟ ଦେବାକୁ ଜିଦ ଧରିଥିଲେ । ସାଧାରଣ ନିର୍ବାଚନରେ କମଳନାଥଙ୍କ ପୁଅ ଲୋକସଭା ନିର୍ବାଚନ ଜିତିଥିଲେ ବି ଅଶୋକ ଗେହଲଟ ଓ ପି. ଚିଦାମ୍ବରମଙ୍କ ପୁଅ ନିର୍ବାଚନ ହାରିଯାଇଛନ୍ତି ।