ସେନାଙ୍କ ରକ୍ତ ପଛରେ ଲୁଚିଛନ୍ତି ପ୍ରଧାନମନ୍ତ୍ରୀ ! ସର୍ଜିକାଲ ଷ୍ଟ୍ରାଇକ୍ ନେଇ ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ

23

କନକ ବ୍ୟୁରୋ : ସର୍ଜିକାଲ ଷ୍ଟ୍ରାଇକକୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିବାଦୀୟ ମନ୍ତବ୍ୟ । ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲେଚନା କରିଛନ୍ତି । ରାହୁଲ କହିଛନ୍ତି କଶ୍ମୀରରେ ସହିଦ ହୋଇଥିବା ଯବାନଙ୍କ ରକ୍ତରେ ମୋଦି ରାଜନୀତି କରୁଛନ୍ତି । ଯବାନଙ୍କ ତ୍ୟାଗକୁ ନେଇ ମୋଦି କରୁଛନ୍ତି ଦଲାଲି । ଭାରତ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ସେନାଙ୍କ ରକ୍ତ ପଛରେ ଲୁଚିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦିଙ୍କୁ ଆକ୍ଷେପ କରି ସେ ଆହୁରି କହିଛନ୍ତି ସେନା ଦେଶ ପାଇଁ କାର୍ଯ୍ୟ କରୁଛନ୍ତି । ଆପଣ ଆପଣଙ୍କ କାର୍ଯ୍ୟ କରନ୍ତୁ । ସେନାଙ୍କ ତ୍ୟାଗରୁ ଫାଇଦା ଉଠାନ୍ତୁ ନାହିଁ। ୟୁପିର ନିର୍ବାଚନ ପରିପ୍ରେକ୍ଷୀରେ ଏକମାସ ଧରି ଚାଲିଥିବା ରୋଡ ସୋର ଉଦଯାପନୀ ଉତ୍ସବରେ ଏଭଳି ବୟାନ ଦେଇଛନ୍ତି ରାହୁଳ। ରାହୁଳଙ୍କ ମନ୍ତବ୍ୟକୁ ନେଇ କଡା ସମାଲୋଚନା କରିଛି ବିଜେପି । ରାହୁଲଙ୍କ ମନ୍ତବ୍ୟକୁ ଲଜ୍ଜାଜନକ କହିଛି ବିଜେପି ।