ଖସୁଛନ୍ତି କଳାଧନ ଜମାକାରୀ ଫସୁଛନ୍ତି ସାଧାରଣ ଜନତା : ମୋଦିଙ୍କ ମାଷ୍ଟରଷ୍ଟ୍ରୋକକୁ ରାହୁଲଙ୍କ କାଉଂଟର୍

28

କନକ ବ୍ୟୁରୋ : କୁଆଡେ ଗଲେ ଖାସ୍ ଆଦମୀ । ମୋଦିଙ୍କୁ ଏହି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି । ରାହୁଲ କହିଛନ୍ତି, ବ୍ୟାଙ୍କରେ କୌଣସି ବଡବଡିଆ କି କଳାଧନ ଜମାକାରୀ ଲମ୍ବା ଲାଇନ୍ ଲଗାଉ ନାହାଁନ୍ତି ବରଂ ଚାଷୀ, ସରକାରୀ ଚାକିରିଆ ଏବଂ ସାଧାରଣ ଜନତା ହଟହଟା ହେଉଛନ୍ତି । ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ମୋଦି ସରକାରଙ୍କ ବଡ ନୋଟ୍ ବିମୁଦ୍ରାକରଣ ଯୋଜନା ଦେଶରେ ପୁଣି ଏକ ବଡ ଧରଣର ଦୁର୍ନୀତିକୁ ପ୍ରଶ୍ରୟ ଦେବ ।

ବିଜୟ ମାଲ୍ୟା ଓ ଲଳିତ ମୋଦିଙ୍କ ପରି ଦେଶର ବଡ ବଡ କଳାଧନ ଜମାକାରୀ ବାହାରେ ଖୋଲାରେ ବୁଲୁଛନ୍ତିା ସେହିପରି ବିଜେପିର ନେତା ବିଡା ବିଡା ନୋଟ୍ ଧରିଥିବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସରକାର ସେହି ନେତାମାନଙ୍କ ବିରୋଧରେ କାହିଁକି ପଦକ୍ଷେପ ନେଇନାହାଁନ୍ତି ସେ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ରାହୁଲ ।