ନ୍ୟାୟ ଯୋଜନାକୁ ସମାଲୋଚନା ପରେ ବିରୋଧୀଙ୍କୁ ରାହୁଲ ଗାନ୍ଧୀଙ୍କ ଜବାବ : କହିଲେ, ଖ୍ୟାତି ସମ୍ପର୍ଣ୍ଣ ଅର୍ଥନୀତିଜ୍ଞଙ୍କ ମତ ନିଆଯିବା ପରେ ପ୍ରସ୍ତୁତ ହୋଇଛି ଯୋଜନା

152

ଦେଶରୁ ଦାରିଦ୍ର‌୍ୟ ହଟାଇବା ପାଇଁ ଏକ ନ୍ୟୁନତମ ଆୟ ଯୋଜନାରେ ପ୍ରତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବାକୁ ପୁଣି ଦୋହରାଇଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରକୁ ଏହି ସହାୟତା ଦିଆଯିବ । ଏପରିକି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମେତ ଅନେକ ଖ୍ୟାତି ସମ୍ପର୍ଣ୍ଣ ଅର୍ଥନୀତିଜ୍ଞଙ୍କ ମତ ନିଆଯିବା ସହ ଦୀର୍ଘ ୬ମାସ ହେଲାଣି ବିଚାର ବିମର୍ଷ ପରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଯୋଜନା ନେଇ ଘୋଷଣା କରିବା ପରେ ବିରୋଧୀ ସମାଲୋଚନା ଜାରି ରଖିଥିବାରୁ ଏହାର ଜବାବ ଦେଇଛନ୍ତି ରାହୁଲ । ଏହି ଯୋଜନା ଲାଗୁ ହେଲେ ଦେଶର ୨୦ପ୍ରତିଶତ ବା ୫କୋଟି ପରିବାରର ୨୫ଲକ୍ଷ ଗରୀବ ଉପକୃତ ହେବେ । ତେବେ ଏହାର ସଫଳତା ନେଇ ଉଠିଛି ପ୍ରଶ୍ନ ।