କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କଲେ ରାହୁଲ ଗାନ୍ଧୀ। ପ୍ରସ୍ତାବକୁ ଗ୍ରହଣ କଲାନୀ କଂଗ୍ରେସ ୱାର୍କିଂ କମିଟି

ନିର୍ବାଚନରେ ପରାଜୟର କାରଣ ଖୋଜୁଛି ଦଳ

210

କନକ ବ୍ୟୁରୋ: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କଲେ ରାହୁଲ ଗାନ୍ଧୀ । ହେଲେ ପ୍ରସ୍ତାବକୁ ଗ୍ରହଣ କଲାନି କଂଗ୍ରେସ ୱାକିଂ କମିଟି । ସିଡବ୍ଲ୍ୟୁସି ସଦସ୍ୟ ରାହୁଲଙ୍କୁ ଇସ୍ତଫା ଦେବାକୁ ମନା କରିଥିବା ଜଣାପଡିଛି । ନିର୍ବାଚନ ଫଳାଫଳରେ କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନର ପୋଷ୍ଟମର୍ଟମ ପାଇଁ ଚାଲିଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ମଳ୍ଲିକାର୍ଜନ ଖଙ୍ଗଗେଙ୍କ ସମେତ ବହୁ ନେତା ଏହି ବୈଠକରେ ଉପସ୍ଥିତ ଥିଲେ ।

ନିର୍ବାଚନରେ କଂଗ୍ରେସର ବିଫଳତା ନେଇ ଜାରି ରହିଛିମାନସ ମନ୍ଥନ । ଦଳକୁ ସଜାଡିବା ପାଇଁ ରାହୁଲ ଆହ୍ୱାନ ଦେଇଥିବା ବେଳେ ଏନେଇ କିଛି କଂଗ୍ରେସ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ଅଛି । କାହିଁକି ଦଳର ପ୍ରଦର୍ଶନ ଏପରି ହେଲା ସେନେଇ ମଧ୍ୟ ପୁଙ୍ଖାନୁପୁଙ୍ଖ ତର୍ଜମା ହେଉଛି । ସେପଟେ କଂଗ୍ରେସର ଏହି ବୈଠକ ପୂର୍ବରୁ ଉତର ପ୍ରଦେଶ, ଓଡିଶା ଏବଂ କର୍ଣ୍ଣାଟକର ତିନି ବରିଷ୍ଠ ନେତା ତାଙ୍କ ଇସ୍ତଫା ପତ୍ର ରାହୁଲଙ୍କ ନିକଟକୁ ପଠାଇ ଦେଇଛନ୍ତି । କଂଗ୍ରେସର ପରାଜୟ ପରେ ରାଜ ବବର, ନିରଞ୍ଜନ ପଟ୍ଟନାୟକ ଏବଂ ଏଚ. କେ ପାଟିଲ ଇସ୍ତଫା ପତ୍ର ପଠାଇଛନ୍ତି । ନିରଞ୍ଜନ ଦୁଇଟି ବିଧାନସଭା ଆସନ ଭଣ୍ଡାରୀ ପୋଖରୀ ଏବଂ ଘଷିପୁରାରେ ପରାଜୟବରଣ କରିଛନ୍ତି ।