ମାର୍ଚ୍ଚ ୨ ରେ ଓଡିଶା ଆସିବେ ନାହିଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା ୫ରେ ରାହୁଲଙ୍କ ଗସ୍ତ ଚୂଡାନ୍ତ ହୋଇଥିବା ସୂଚନା ଦେଲା ପିସିସି

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ତାରିଖ ବାରମ୍ବାର ବଦଳୁଛି

174
କନକ ବ୍ୟୁରୋ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ତାରିଖ ବାରମ୍ବାର ବଦଳୁଛି। ଚଳିତ ମାସ ୨୭ ତାରିଖରେ ସେ ଆସିବେ ବୋଲି ପିସିସି ପକ୍ଷରୁ କୁହାଯାଇଥିଲା। ପରେ ସେ ମାର୍ଚ ୨ ତାରିଖରେ ଆସିବେ ଏବଂ ବରଗଡ଼ କିମ୍ବା ଜୟପୁର ମଧ୍ୟରୁ ଗୋଟିଏ ସମାବେଶରେ ଉଦବୋଧନ ଦେବେ ବୋଲି ଦଳ ପକ୍ଷରୁ ଗଣମାଧ୍ୟମରେ ଘୋଷଣା ହୋଇଥିଲା। କିନ୍ତୁ ରାହୁଲଙ୍କ ଗସ୍ତ ତାରିଖ ଓ କାର୍ଯ୍ୟକ୍ରମ ବଦଳିଛି ବୋଲି ସୂଚନା ଦେଇଛି ପିସିସି। ପିସିସି ଗଣମାଧ୍ୟମ ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ମାର୍ଚ ୫ ତାରିଖରେ ରାହୁଲ ଓଡ଼ିଶା ଗସ୍ତ କରିବେ।
image courtesy – www.ndtv.com

ସେହିଦିନ ସେ ଉଭୟ ବରଗଡ଼ ଓ ଜୟପୁରରେ ଆୟୋଜିତ ହେବାକୁ ଥିବା ଜନସମାବେଶରେ ଯୋଗଦେବେ। ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମ ଆପାତତଃ ଚୂଡ଼ାନ୍ତ ହୋଇଥିବା ଶ୍ରୀ ନାୟକ କହିଛନ୍ତି। ତେବେ ବାରମ୍ବାର କାହିଁକି ରାହୁଲଙ୍କ ଗସ୍ତରେ ପରିବର୍ତନ କରାଯାଉଛି ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଓଡିଶା ଗସ୍ତରେ ପ୍ରତ୍ୟେକ ମାସ ରାହୁଲ ଗାନ୍ଧୀ ଆସିବେ ବୋଲି ଜଣାପଡିଛି । ପୂର୍ବରୁ ମଧ୍ୟ ରାହୁଲ ଭୁବନେଶ୍ୱର, ରାଉରକେଲା ଓ ବଲାଙ୍ଗୀରରେ ସଭା କରିବା ସହ କଂଗ୍ରେସ ସରକାରକୁ ଆସିଲେ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟକ୍ରମ କରିବେ ବୋଲି ରାହୁଲ କହିଥିଲେ ।