ଦିଲ୍ଲୀରେ ବସିବ ଦରବାର ! ସମନ୍ୱୟ ପାଇଁ ହାଇକମାଣ୍ଡ କରିବେ ତାଗିଦ୍

32

କନକ ବ୍ୟୁରୋ : ପୁଣି କଂଗ୍ରେସକୁ ଆସିଲା ଦିଲ୍ଲୀ ଡକରା । କିଏ ସଭାପତି ହେବ, ତାକୁ ନେଇ ଦୀର୍ଘ ଦିନ ହେଲା କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ହାଇକମାଣ୍ଡ । କାହାକୁ ସଭାପତି କଲେ କଣ ପ୍ରଭାବ ପଡିବ, ତାକୁ ନେଇ କଷୁଛନ୍ତି ଅଙ୍କ ।

ହାଇକମାଣ୍ଡଙ୍କ ଡାକରା ପାଇ ରାଜ୍ୟ କଂଗ୍ରେସ୍ ନେତାଙ୍କ ଦିଲ୍ଲୀ ଗସ୍ତ । ଆସନ୍ତାକାଲି ପୂର୍ବାହ୍ନରେ କଂଗ୍ରେସ ଉପାଧ୍ୟକ୍ଷଙ୍କୁ ଭେଟିବେ ଓଡିଶା କଂଗ୍ରେସର ୩୨ ନେତା । ପୂର୍ବରୁ ଓଡିଶାରୁ କଂଗ୍ରେସିଆ ବାରମ୍ବାର ଦିଲ୍ଲୀ ଗସ୍ତ କରି ନେତୃତ୍ୱ ପରବିର୍ତ୍ତନ ସଂପର୍କରେ ମତ ଦେଇ ଆସୁଥିଲେ । ରାହୁଲ ପର୍ଯ୍ୟବେକ୍ଷକଙ୍କୁ ପଠାଇ ରିପୋର୍ଟ ନେଲେ । ତେଣୁ ଏହି ବୈଠକରେ ରାହୁଲ ନିଜ ନିଷ୍ପତିକୁ ରାଜ୍ୟ ନେତାଙ୍କୁ ମାନିବାକୁ ଚରମ ବାଣୀ ଶୁଣାଇ ପାରନ୍ତି । ତେଣୁ ଏଥର ଯେଉଁ ନେତା ଦିଲ୍ଲୀ ଯାଉଛନ୍ତି, ସେମାନେ କହିବେ ନା କେବଳ ଶୁଣିବେ ତାକୁ ନେଇ ଚର୍ଚ୍ଚା ।

ବିରୋଧୀ ଦଳ ନେତା, ଉପନେତା,ପିସିସି ପଦାଧିକାରୀଙ୍କ ସମେତ ବଡ ବଡ ନେତାଙ୍କୁ ମିଳଛି ଡାକରା । ହେଲେ ମୁଖ୍ୟ-ସେଚତକଙ୍କଠାରୁ ରାହୁଲ ରକ୍ଷା କରିଛନ୍ତି ଦୂରତା । ଚର୍ଚ୍ଚା ହେଉଛି, ରାହୁଲଙ୍କ ସହ ଏହି ଆଲୋଚନାର ୨୪ ଘଣ୍ଟା ଭିତରେ ଓଡିଶା କଂଗ୍ରେସର କାୟା ପଲଟିଯିବ । ହେଲେ ଏତେ ଦିନରୁ ପଦ୍ମ ଘୁଂଚି ଘୁଂଚି ଯାଉଥିବାରୁ, ଅନିଶ୍ଚିତା ଥିବା ସନ୍ଦେହ କରୁଛନ୍ତି ଦଳୀୟ ନେତା ।