ମୋଦିଙ୍କୁ “ଚୋର” କହି ସମ୍ବୋଧନ କଲେ ରାହୁଲ୍ ! କହିଲେ,ନିଜେ ମରିବେ ବୋଲି ସିବିଆଇକୁ ମାରିଦେଲେ ।

5

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍ ଡିଲ୍ ଏବଂ ବର୍ତ୍ତମାନ ସିବିଆଇରେ ଚାଲିଥିବା ଦ୍ୱନ୍ଦ ପ୍ରତିଦ୍ୱନ୍ଦକୁ ନେଇ ଏକ ପ୍ରେସ୍ କନଫେରେନ୍ସ ଡକାଇଥିଲେ । ସିବିଆଇର ଦୁଇ ପ୍ରମୁଖ ଅଧିକାରୀଙ୍କୁ ଛୁଟିରେ ପଠାଇ ଦିଆଯିବା ପରେ କଂଗ୍ରେସ ପାର୍ଟି ଲଗାତାର ମୋଦି ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । କଂଗ୍ରେସର ଆରୋପ ଅନୁସାରେ କେନ୍ଦ୍ର ସରକାର ରାଫେଲ୍ ଡିଲ୍ ଜାଞ୍ଚ୍ ର ଡର କାରଣରୁ ସିବିଆଇ ଡାଇରେକ୍ଟର ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଦେଲେ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ହେଉଥିବା ପ୍ରେସ୍ କନଫେରେନ୍ସରେ ସାମ୍ବାଦିକଙ୍କୁ ଓଲଟା ପ୍ରଶ୍ନ କରି କହିଥିଲେ ଯେ କ’ଣ ଆପଣଙ୍କୁ ଲାଗୁଛି ରାଫେଲ୍ ମାମଲାରେ କିଛି ଭୁଲ୍ ହୋଇଛି । ସିବିଆଇ ମୁଖ୍ୟଙ୍କୁ ହଟାଇବା କାମ ତିନିଜଣ ଲୋକ ଏକ କମିଟି ଉପରେ ନିର୍ଭର କରେ । ଯେଉଁଥିରେ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ଜଷ୍ଟିସ୍ ଏବଂ ବିରୋଧି ମୁଖ୍ୟ ନେତା ସାମିଲ ହୋଇଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ଅନ୍ୟ କମିଟିଙ୍କ ଅନୁମତି ନନେଇ ସିବିଆଇ ମୁଖ୍ୟଙ୍କୁ ଚାକିରୀରୁ ହଟାଇଦେଲେ । ଏହା ଜନତାଙ୍କ ଅପମାନ,ସମ୍ବିଧାନର ଅପମାନ,ମୁଖ୍ୟ ନ୍ୟାୟାଧିଷଙ୍କ ଅପମାନ ଏବଂ ବେଆଇନ୍ ଅଟେ ।

ରାହୁଲ ଗାନ୍ଧୀଙ୍କ କହିବା ମୁତାବକ ରାତି ୨ ଟା ସମୟରେ ସିବିଆଇ ଉପରେ ହୋଇଥିବା ଏହି ଜାଞ୍ଚ୍ ପଛରେ କାରଣ ହେଉଛି ସିବିଆଇ ପ୍ରଧାନମନ୍ତ୍ରୀଙ୍କ ଉପରେ ରାଫେଲ୍ ମାମଲାରେ ଜାଞ୍ଚ୍ କରିଥାନ୍ତେ । ଜାଞ୍ଚ୍ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଅସଲ ଚେହେରା ସାମ୍ନାକୁ ଚାଲିଆସିଥାନ୍ତା ଏବଂ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭ୍ରଷ୍ଟାଚାରର ଖେଳ ବୁଝା ପଡିଯାଇଥାନ୍ତା । ସେଥିପାଇଁ ଏଭଳି ଏକ କାମ କରି ପ୍ରଧାନମନ୍ତ୍ରୀ ମହାନ୍ ପାଲଟିଗଲେ ଏବଂ ତାଙ୍କ ଚୋରୀ ବାହାରକୁ ଆସିଲା ନାହିଁ । ରାହୁଲ ଗାନ୍ଧୀ ମୋଦିଙ୍କୁ ଚୋର ସମ୍ବୋଧନ କରି କହିଲେ ଯେ ରାଫେଲ୍ ମାମଲାକୁ ସିବିଆଇ ହାତରେ ଦେବା ଅର୍ଥ ଆତ୍ମହତ୍ୟା କରିବା ହୋଇଥାନ୍ତା,ଯେଉଁଥିପାଇଁ ସେ ସିବିଆଇର ହିଁ ହତ୍ୟା କରିଦେଲେ ।

Comments are closed.