ପ୍ରିୟଙ୍କାଙ୍କୁ ଦାୟିତ୍ୱ ମିଳିବା ପରେ ରାହୁଲଙ୍କ ପ୍ରତିକ୍ରିୟା ! ୟୁପିରେ ଯୁବନେତା ଆଣିବେ ପରିବର୍ତ୍ତନ, ପୁରା ଦମରେ ଲଢିବ କଂଗ୍ରେସ

210

କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧୀଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ଦିଆଯାଇଛି  । ଫେବୁଆରୀ ପ୍ରଥମ ସପ୍ତାହରୁ  ପ୍ରିୟଙ୍କା ଏହି ଦାୟିତ୍ୱ ସମ୍ଭାଳିବେ । ୟୁପିରେ ସମାଜବାଦୀ ପାର୍ଟି ଓ ବିଏସପି ମଧ୍ୟରେ ମେଂଟ ଘୋଷଣା ହୋଇଥିବା ବେଳେ ଏବେ ଏହା ୟୁପି ପାଇଁ କଂଗ୍ରେସର ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି । ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧୀ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୯ ଫେବୁଆରୀ ପ୍ରଥମ ସପ୍ତାହରେ ସେ ଦାୟିତ୍ୱ ଗ୍ରହଣ କରିବେ  ।

ତେବେ ରାଜନୀତିରେ ପ୍ରିୟଙ୍କା ପ୍ରବେଶ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ଦଳ ଫ୍ରଂଟ ଫୁଟରେ ଲଢ଼େଇ କରିବ । ଯୁବନେତା ଉତରପ୍ରଦେଶରେ ପରିବର୍ତ୍ତନ ଆଣିବେ ଓ ନିର୍ବାଚନ ଜିତିବେ । କଂଗ୍ରେସ ଆଦର୍ଶକୁ ଆଗକୁ ନେବେ ପ୍ରିୟଙ୍କା ଓ ଜ୍ୟୋତିରାଦିତ୍ୟ । ଉତ୍ତରପ୍ରଦେଶରେ ପୁରା ଦମରେ ଲଢ଼ିବ କଂଗ୍ରେସ । କଂଗ୍ରେସ, ଏସପି-ବିଏସପି ଚିନ୍ତାଧାରାରେ ସମାନତା ରହିଛି । ଆମେ ଉତ୍ତରପ୍ରଦେଶକୁ ନୂଆ ଦିଗରେ ଆଗେଇ ନେବୁ ।

ପ୍ରିୟଙ୍କା ଗାନ୍ଧୀଙ୍କୁ ସାଧାରଣ ସମ୍ପାଦିକା ଦାୟିତ୍ୱ ମିଳିବା ପରେ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ ରବର୍ଟ ଭଦ୍ରା  । ରବର୍ଟ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ,  ଶୁଭେଚ୍ଛା ପି. ଜୀବନରେ ସବୁବେଳେ ମୁଁ ତୁମ ସାଥିରେ ଅଛି । ତୁମେ ସବୁଠୁ ଭଲ ପ୍ରଦର୍ଶନ କର ।