ରାହୁଲଙ୍କ ସୁରକ୍ଷାରେ ଅବହେଳା ! ମୁହଁରେ ଦେଖାଗଲା ଲେଜର୍ ଲାଇଟ୍ , କଂଗ୍ରେସ ଗୃହମନ୍ତ୍ରୀଙ୍କୁ ଲେଖିଲା ଚିଠି । 

213

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡଧରଣର ଦାୟିତ୍ୱହୀନତା ହୋଇଛି । କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବାବଦରେ ଗୃହମନ୍ତ୍ରୀ ରାଜନାଥ୍ ସିଂହଙ୍କୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି କାଲି ଅମେଠିରେ ନାମାଙ୍କନ ଦାଖଲ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯିବା ସମୟରେ ତାଙ୍କ ମୁହଁରେ ଏକ ଲେଜର୍ ଲାଇଟ୍ ଦେଖିବାକୁ ମିଳିଥିଲା । ଚିଠିରେ କଂଗ୍ରେସ ତରଫରୁ ଲେଖା ହୋଇଥିଲା ଯେ ରାହୁଲ ଗାନ୍ଧୀ ଏସପିଜି ପ୍ରୋଟେକ୍ଟଟେଡ୍ । ଗତକାଲି ରାହୁଲ ଗାନ୍ଧୀ ନାମାଙ୍କନ ଭରିବା ପରେ ଯେଉଁ ସମୟରେ ଗଣମାଧ୍ୟମକୁ ସାମ୍ନା କରୁଥିଲେ , ଉକ୍ତ ସମୟରେ ତାଙ୍କ ଚେହେରାରେ ଏକ ସବୁଜ ରଙ୍ଗର ଲେଜର୍ ଲାଇଟ୍ ପଡିଥିଲା । ରାହୁଲଙ୍କ ମୁହଁ ୭ ଥର ଏହି ଲାଇଟ୍ ପଡିଥିବାର ଦେଖାଯାଇଥିଲା ।

କଂଗ୍ରେସ ରାହୁଲଙ୍କ ଜେଜେମା’ ଇନ୍ଦିରା ଗାନ୍ଧୀ ଏବଂ ପିତା ରାଜୀବ ଗାନ୍ଧୀଙ୍କ ହତ୍ୟା ବିଷୟରେ କହିଥିଲେ ଏବଂ କହିଥିଲେ ଗୃହମନ୍ତ୍ରୀଙ୍କ ସୁରକ୍ଷାରେ ଦାୟିତ୍ୱହୀନତା କଥା ମଧ୍ୟ କହିଥିଲେ । ଆପଣଙ୍କୁ କହିରଖୁଛୁ ରାହୁଲ ଗାନ୍ଧୀ ଗୋଟିଏ ବଡ଼ ରୋଡ୍ ଶୋ’ ପରେ ଅମେଠିରେ ନାମାଙ୍କନ ଭରିଥିଲେ । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା,ରବର୍ଟ ଭଦ୍ରା ଏବଂ ସୋନିଆ ଗାନ୍ଧୀ ଉପସ୍ଥିତ ଥିଲେ ।