୪୯ ବର୍ଷରେ ପାଦ ଦେଲେ କଂଗ୍ରେସ ଯୁବରାଜ: ବିହାରରେ ଶିଶୁ ମୃତ୍ୟୁ ନେଇ ନିରାଡମ୍ବର ଭାବେ ଜନ୍ମ ଦିନ ପାଳିବେ ରାହୁଲ

ଜନ୍ମ ଦିନରେ ଶୁଭେଚ୍ଛା ଜଣାଇବାକୁ ଯାଇଥିବା ସାମ୍ବାଦିକଙ୍କୁ ମିଠା ବାଂଟିଲେ କଂଗ୍ରେସ ଅଧ୍ୟକ୍ଷ

235

କନକ ବ୍ୟୁରୋ: ୪୯ ବର୍ଷରେ ପାଦ ଦେଲେ କଂଗ୍ରେସ ଯୁବରାଜ । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜନ୍ମଦିନ । କିନ୍ତୁ ରାହୁଲ ଆଜି ତାଙ୍କ ଜନ୍ମଦିନ ପାଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିହାରରେ ଜାପାନୀ ଜରରେ ଶତାଧିକ ଶିଶୁ ପ୍ରାଣ ହରାଇବା ଦୁଃଖରେ ରାହୁଲ ଆଜି ତାଙ୍କର ଜନ୍ମଦିନ ପାଳିବେନି ବୋଲି ଘୋଷଣା କରିଛନ୍ତି । ଅନ୍ୟପଟେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିବା ସାମ୍ବାଦିକମାନଙ୍କୁ ରାହୁଲ ଗାନ୍ଧି ମିଠା ବାଂଟୁଥିବାର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ରାହୁଲ ଗାନ୍ଧିଙ୍କ ଜନ୍ମଦିନ ଅବସରରେ ହୋମଯଜ୍ଞ କଲେ ତାଙ୍କ ସମର୍ଥକ । ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ବାସଭବନ ବାହାରେ ତାଙ୍କର କିଛି ସମର୍ଥକ ହୋମଯଜ୍ଞ କରିବା ସହ ପୂଜାପାଠ କରିଛନ୍ତି । ଆଗରେ ରାହୁଲ ଗାନ୍ଧିଙ୍କ ଫଟୋ ସହ ସୋନିଆ ଓ ପ୍ରିୟଙ୍କା ଗାନ୍ଧିଙ୍କ ଫଟୋ ରହି ପୂଜାର୍ଚ୍ଚନା କରାଯାଇଛି ।