ମାଆଙ୍କଠୁ ବି ବଡ ଥିଲେ ଜେଜେମାଆ, ଇନ୍ଧିରା ଗାନ୍ଧିକୁ ମନେ ପକାଇ କାନ୍ଦି ପକାଇଲେ ରାହୁଲ୍ ! କହିଲେ ଯିଏ ମୋତେ ବ୍ୟାଡମିଂଟନ ଶିଖାଇଥିଲା, ସେ ହିଁ ବାହାରିଲା ହତ୍ୟାକାରୀ

362

ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗଦେବା ଅବସରରେ ଇନ୍ଧିରା ଗାନ୍ଧିଙ୍କୁ ମନେପକାଇଛନ୍ତି ରାହୁଲ୍। କାର୍ଯ୍ୟକ୍ରମର ଆରମ୍ଭରେ ରାହୁଲ ପ୍ରଥମେ ପୁଲୱାମାରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଆଉ କହିଥିଲେ କି ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢେ ତେବେ ଅର୍ଧସାମରିକ ବଳର ଯବାନମାନଙ୍କୁ ବି ସମାନ ସମ୍ମାନ ଦିଆଯିବ ।

ଏହି ଅବସରରେ ରାହୁଲ ତାଙ୍କ ଜେଜେମାଆ ଇନ୍ଧିରୀ ଗାନ୍ଧିଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ । ଭାବୁକ ହୋଇ ରାହୁଲ କହିଥିଲେ , ମୋର ଜେଜେମାଆ ମୋ ପାଇଁ ମାଆଠାରୁ ବି ଅଧିକ ଥିଲେ । ଯେତେବେଳେ ତାଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ବାପା ପଶ୍ଚିମବଙ୍ଗରେ ଥିଲେ । ତାଙ୍କର ହତ୍ୟା ତାଙ୍କର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ସୁରକ୍ଷାକର୍ମ(ସତବନ୍ତ ସିଂ) କରିଥିଲା । ଯିଏକି ମୋତେ ବ୍ୟାଡମିଂଟନ ଶିଖାଇଥିଲେ ଆଉ ମୋର ଜେଜେମାଆଙ୍କର ହତ୍ୟା ବି କରିଥିଲା ।

 ଉଲ୍ଲେଖ ଥାଉ କି, ସରକାରଙ୍କ ପକ୍ଷରୁ ‘ସହିଦ୍’ ମାନ୍ୟତା ପ୍ରଦାନକୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ହୋଇଛି। କେବଳ ମାତ୍ର ସାମରିକ ବାହିନୀରେ କାର‌୍ୟ୍ୟରତ ଯବାନ କାର‌୍ୟ୍ୟାନୁଷ୍ଠାନ କାଳରେ ଯଦି ଆତ୍ମ ବଳିଦାନ ଦିଅନ୍ତି ଅବା କାର‌୍ୟ୍ୟରତ ଥିବା ଅବସ୍ଥାରେ ବୀରଗତି ପ୍ରାପ୍ତ ହୁଅନ୍ତି, ତେବେ ତାଙ୍କୁ କେବଳ ‘ଶହୀଦ୍’ର ମାନ୍ୟତା ମିଳିବ ଏବଂ ‘ସହିଦ୍’ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସମସ୍ତ ପ୍ରକାରର ସାହାଯ୍ୟ, ସହଯୋଗ ଓ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଅର୍ଦ୍ଧ ସାମରିକ ବାହିନୀର ଯବାନ ଯଦି କାର‌୍ୟ୍ୟାନୁଷ୍ଠାନ କାଳରେ ଯଦି ଆତ୍ମ ବଳିଦାନ ଦିଅନ୍ତି ଅବା କାର‌୍ୟ୍ୟରତ ଥିବା ଅବସ୍ଥାରେ ବୀରଗତି ପ୍ରାପ୍ତ ହୁଅନ୍ତି ତେବେ ତାଙ୍କୁ ସରକାର ରାଷ୍ଟ୍ରୀୟ ସମ୍ମାନ ସହ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବେ ସିନା କିନ୍ତୁ ‘ସହିଦ୍’ ମାନ୍ୟତା ଦେଇ ପାରିବେ ନାହିଁ କିମ୍ବା ‘‘ସହିଦ୍’ମାନଙ୍କ ପାଇଁ ଉଦିଷ୍ଟ ଥିବା ସରକାରୀ ସାହାଯ୍ୟ, ସହଯୋଗ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ ନାହିଁ। ଏହି ଯୁକ୍ତି ଦର୍ଶାଇ ଗତ ଫେବ୍ରୁଆରି ୧୪ ତାରିଖରେ ପୁଲଓ୍ଵାମା ଠାରେ ଆତଙ୍କବାଦୀ ହାମ୍ଲାରେ ପ୍ରାଣ ହରାଇଥିବା ଅର୍ଦ୍ଧ ସାମରିକ ବଳ ସିଆରପିଏଫ୍ର ୪୦ ଜଣ ଯବାନମାନଙ୍କୁ ‘ସହିଦ୍’ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

ଏହି ଘଟଣା ପରେ ଏବେ ଅର୍ଦ୍ଧ ସାମରିକ ବାହିନୀ ରୂପେ ବିବେଚିତ ହେଉଥିବା ସିଆରପିଏଫ୍, ବିଏସ୍ଏଫ୍, ଆସାମ ରାଇଫଲ ପରି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ପରିସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରିଛନ୍ତି ଯେ ଯଦି ତାଙ୍କ ସରକାର କ୍ଷମତାକୁ ଆସେ ତେବେ ସେ ସାମରିକ ବାହିନୀର ଯବାନମାନଙ୍କ ପରି ଅର୍ଦ୍ଧ ସାମରିକ ବାହିନୀର ଯବାନମାନଙ୍କୁ ମଧ୍ୟ ‘ସହିଦ୍’ ମାନ୍ୟତା ପ୍ରଦାନ କରିବେ। ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗଦେବା ଅବସରରେ ଏହି ଘୋଷଣା କରିଛନ୍ତି ରାହୁଲ୍।