ବେକାରି ସଂଖ୍ୟା ବୃଦ୍ଧି ନେଇ ୪୫ ବର୍ଷର ରେକର୍ଡ଼ ଭାଙ୍ଗିଲେ ମୋଦି ସରକାର । ରାହୁଲ କଲେ ସମାଲୋଚନା ।

180

କନକ ବ୍ୟୁରୋ: ମୋଦି ସରକାରଙ୍କ ବଜେଟ ପୂର୍ବରୁ ଦେଶରେ ବେକାରି ସଂଖ୍ୟା ବୃଦ୍ଧି ହୋଇଥିବା ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହି ପ୍ରସଙ୍ଗରେ ମୋଦିଙ୍କୁ ନିଶାନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ଯେ, ନିଯୁକ୍ତି କ୍ଷେତ୍ରରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ଭୋଟ୍ ଜିଣିବାକୁ ଏକ ବାହାନା ଥିଲା ବୋଲି ସ୍ପଷ୍ଟ ହୋଇଛି । ଏଏସଏସଓ ତରଫରୁ ୨୦୧୭-୧୮ ବର୍ଷର ବେରୋଜଗାରି ସଂଖ୍ୟାକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ୪୫ ବର୍ଷର ରେକର୍ଡ଼ ଭାଙ୍ଗିଛି । ଏବଂ ଏହା ଦର୍ଶାଉଛି ଯେ, ଦେଶରେ ବେକାରୀ ସଂଖ୍ୟା ‘ଜାତୀୟ ବିପର୍ଯ୍ୟୟ’ ସମସ୍ୟା ଭାବେ ଉଭା ହୋଇଛି ବୋଲି କହିଛନ୍ତି ରାହୁଲ ।


ଏପରିକି ରାହୁଲ ଗାନ୍ଧି ଟ୍ୱିଟ୍ କରି ମୋଦିଙ୍କୁ ତାତ୍ସଲ୍ୟ କରିଛନ୍ତି । ଦେଶରେ ବେରୋଜଗାରୀଙ୍କୁ ନିଯୁକ୍ତି ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବା ବଦଳରେ ବେରୋଜଗାରୀଙ୍କ ସଂଖ୍ୟା ୪୫ ବର୍ଷର ରେକର୍ଡ଼ ଭାଙ୍ଗିଛି । କୁଆଡ଼େ ଗଲା ନମୋ ଜବ୍ସ? ଏବଂ କୁଆଡ଼େ ଗଲା ଦେଶରେ ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ବୋଲି ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ । ୬.୫ କୋଟି ଯୁବକ ୨୦୧୭-୧୮ ବର୍ଷରେ ବେରୋଜଗାର ରହିଛନ୍ତି । ତେଣୁ ଏବେ ନମୋ ବିଦା ହେବାରେ ସମୟ ଆସିଛି ବୋଲି କହି କଟାକ୍ଷ କରିଛନ୍ତି ରାହୁଲ ।

unemployment-rate-highest-in-45-yearsଏନଏସଏସଓ ତରଫରୁ ହୋଇଥିବା ବେକାରୀ ସମସ୍ୟା ରିପୋର୍ଟ ବିଗତ ୪୫ ବର୍ଷ ମଧ୍ୟରେ ୨୦୧୭-୧୮ରେ ଅଧିକ ବେକାର ଅଛନ୍ତି ବୋଲି ଦର୍ଶାଉଛି । ଜାତୀୟ ନମୁନାରେ ସର୍ବେକ୍ଷଣ ସେପଟେ ସରକାରଙ୍କ ବଜେଟ୍ ପୂର୍ବରୁ ହିଁ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଯାହାକୁ ନେଇ ମୋଦି ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ଆରମ୍ଭ ହୋଇଗଲାଣି । ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବାବେଳେ ଏହି ରିପୋର୍ଟ ବିରୋଧୀଙ୍କୁ ସଂଜୀବନି ଭାବେ ମୋଦିଙ୍କୁ କାଉଣ୍ଟର କରିବାରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।