ନବୀନଙ୍କ ରାସ୍ତାରେ ରାହୁଲ ! କଂଗ୍ରେସ ଶାସିତ ଓ ମେଣ୍ଟଥିବା ରାଜ୍ୟରେ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଲେଖିଲେ ଚିଠି ।

ନବୀନଙ୍କ ପରେ ସ୍ୱର ଉଠାଇଲେ ରାହୁଲ । ଲୋକସଭା ଓ ବିଧାନସଭାରେ ୩୩% ମହିଳା ସଂରକ୍ଷଣ ବିଲ୍ ପାରିତ ପାଇଁ କଲେ ଦାବି ।

309

କନକ ବ୍ୟୁରୋ: ନବୀନଙ୍କୁ ରହୁଲଙ୍କ ସମର୍ଥନ । ଲୋକସଭା ଏବଂ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଂଗ୍ରେସ ଏବଂ ଗଠବନ୍ଧନ ସରକାର ଥିବା ରାଜ୍ୟ ଗୁଡିଙ୍କୁ ଏକ ପତ୍ର ଲେଖିଛନ୍ତି । ଆଗାମୀ ସଦନରେ ମହିଳାଙ୍କ ପାଇଁ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ଆରକ୍ଷଣ ଦେବା ସମ୍ବନ୍ଧରେ ପ୍ରସ୍ତାବକୁ ପାରିତ କରିବା ପାଇଁ ଏହି ପତ୍ରରେ କୁହା ଯାଇଛି  । ଆଗାମୀ ସଂସଦ ଶୀତକାଳୀନ ଅଧିବେଶନରେ ମହିଳାଙ୍କ ପାଇଁ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ଆରକ୍ଷଣ ସମ୍ବନ୍ଧର ପ୍ରସ୍ତାବକୁ ପାରିତ କରିବା ପାଇଁ ଚିଠି ଲେଖିଛନ୍ତି ରାହୁଲ ।

ଅନ୍ୟପଟେ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ ସମୟରେ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ ଏବଂ କହିଥିଲେ ଯଦି କେନ୍ଦ୍ର ସରକାର ସଂସଦରେ ତିନ ତଲାଖ ଏବଂ ନିକାହ ହଲାଲ ସହ ସମ୍ବନ୍ଧିତ ବିଲକୁ ସମର୍ଥନ କରିବେ ତେବେ ସରକାରଙ୍କୁ ମହିଳା ଆରକ୍ଷଣ ମାମଲାରେ କଂଗ୍ରେସର ସମର୍ଥନ କରିବାକୁ ପଡ଼ିବ । ଯାହାକୁ ନେଇ ବିଜେପି ଶିବିରରୁ ପ୍ରତିବାଦର ସ୍ୱର ଉଠିଥିଲା । ଏବଂ କଂଗ୍ରେସ ସଉଦା କରୁଛି ବୋଲି ବିଜେପି ଅଭିଯୋଗ କରିଥିଲା ।

ଗତ ଜୁଲାଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସଂକ୍ରାନ୍ତରେ ପ୍ରଥମେ ଚିଠି ଲେଖି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ଆରକ୍ଷଣ ବିଲକୁ ସମର୍ଥନ କରିବାକୁ ଦାବି କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।  ସେହି ସମୟରେ ନଭେମ୍ବର ୨୦ରେ ଓଡିଶା ବିଧାନସଭା ଏବଂ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ଦେବା ପାଇଁ ଦାବି ହୋଇଥିବା ପ୍ରସ୍ତାବ ପାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପାରିତ ହୋଇଥିବା ପ୍ରସ୍ତାବରେ ନଭେମ୍ବର ୧୯ରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଏହାକୁ ପାରିତ କରାଯାଇଥିଲା । ବିଧାନସଭାରେ ପାରିତ ସଂକଳ୍ପକୁ ବିଜୁ ଜନତା ଦଳ, ବିରୋଧୀ କଂଗ୍ରେସ ଏବଂ ବିଜେପି ବିଧାୟକ ସମର୍ଥନ କରିଥିଲେ  । ଏହାସହ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନୟକ ସଂସଦରେ ସମର୍ଥନ ଜଣାଇବା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି । ଏବେ ରାହୁଲଙ୍କ ତରଫରୁ କଂଗ୍ରେସ ଶାସିତ ଓ ମେଣ୍ଟଥିବା ରାଜ୍ୟରେ ସମର୍ଥନ କରିବାକୁ ଚିଠି ଲେଖିଛନ୍ତି ।