ଗୋଟିଏ ମଂଚରେ ରାହୁଲ ଓ ଅଖିଳେଶ : ଦୁଇ ନେତା କହିଲେ ସାରା ଦେଶକୁ ୟୁପି ନିର୍ବାଚନ ଦେବ ସନ୍ଦେଶ

21

କନକ ବ୍ୟୁରୋ : ଲକ୍ଷ୍ନୈାରେ ଗୋଟିଏ ମଂଚରେ ଦେଖାଦେଲେ ଅଖିଳେଶ ଯାଦବ ଓ ରାହୁଲ ଗାନ୍ଧୀ । ଲକ୍ଷ୍ନୈା ପହଂଚିବା ପରେ ରାହୁଲ ଗାନ୍ଧୀ ତାଜ ହୋଟେଲରେ ଅଖିଳେଶଙ୍କୁ ଭେଟିଥିଲେ । ପରେ ଦୁଇ ନେତା ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଜଏଂଟ କନଫରେନ୍ସରେ ସପା-କଂଗ୍ରେସ ମେଂଟର ଥିମ ସଙ୍ଗ ମଧ୍ୟ ଲଂଚ କରାଯାଇଛି । କଂଗ୍ରେସ-ସମାଜବାଦୀ ପାର୍ଟି ମଧ୍ୟରେ ମେଂଟ ହେବା ପରେ ପ୍ରଥମ ଥର ପାଇଁ ଅଖିଳେଶ ଯାଦବ ଓ ରାହୁଲ ଗାନ୍ଧୀ ଆଜି ରୋଡ ସୋ’କରୁଛନ୍ତି । ଦିନ ୨ଟାରୁ ହରତଗଂଜର ଗାନ୍ଧୀ ପ୍ରତିମୂର୍ତି ପାଖରୁ ରୋଡ ସୋ’ଆରମ୍ଭ ହୋଇଛି । ଏହି ରୋଡ ସୋ ଲାଲବାଗ, କେଶରବାଗ, ନଜିରାବାଦ, ଅମିନାବାଦ, ନଖ୍ୱାସ ଦେଇ ଘଂଟାଘର ଯାଏଁ ଯିବ ।

ରୋଡ ସୋ’ବେଳେ ରାହୁଲ ଓ ଅଖିଳେଶ ବିଭିନ୍ନ ସ୍ଥାନରେ ଜନତାଙ୍କ ସହ ମଧ୍ୟ କଥା ହେବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ୟୁପିରେ କଂଗ୍ରେସ ୧୦୫ ଓ ସମାଜବାଦୀ ପାର୍ଟି ୨୯୮ ଆସନରେ ଲଢେଇ କରୁଛନ୍ତି । ଏହାଛଡା ରାଏବରେଲି ଓ ଆମେଥିର ୧୦ଟି ଆସନକୁ ନେଇ ଚାଲିଥିବା ଟଣା ଓଟରାର ମଧ୍ୟ ସମାଧାନ ହୋଇଛି । ଏବେ ଏହି ୧୦ଟି ଆସନରୁ କଂଗ୍ରେସ ପ୍ରାର୍ଥୀ ହିଁ ଲଢେଇ କରିବେ ବୋଲି ପ୍ରଦେଶ କଂଗ୍ରେସ ତରଫରୁ ସୂଚନା ମିଳିଛି ।