ଋାହୁଲଙ୍କ ଫିଲ୍ମ ଜ୍ଞାନ ! ଜିଏସଟିକୁ କହିଲେ, ‘ଗବର ସିଂ ଟ୍ୟାକ୍ସ’

55

ଜିଏସଟି ଅଥାର୍ତ ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ । ଏହା ସମସ୍ତେ ଜାଣିଛନ୍ତି । କିନ୍ତୁ ଆଜି ଜିଏସିଟିର ନୂଆ ନାମକରଣ କରିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ସଭାରେ ଜିଏସଟିକୁ ‘ଗବର ସିଂ ଟ୍ୟାକ୍ସ’ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ସେ ଏଭଳି କହିଛନ୍ତି । ଜିଏସଟିକୁ କଂଗ୍ରେସ ସରକାର ସମୟରେ ଅଣାଯାଇଥିଲା । କିନ୍ତୁ ସେତେବେଳେ ଏହାକୁ ବିଜେପି ବିରୋଧ କରିଥିଲା । କଂଗ୍ରେସ ସରକାର ସମୟରେ ଆସିବାକୁ ଥିବା ଜିଏସଟିରେ ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇଁ ବାଟ ରହିଥିଲା । ଜିଏସଟିର ଲକ୍ଷ୍ୟ ଥିଲା ସମଗ୍ର ଦେଶରେ ଏକକ ଟ୍ୟାକ୍ସର ପ୍ରଚଳନ । ଏଥିପାଇଁ କଂଗ୍ରେସ ସରକାର ଜିଏସିଟି ପାଇଁ ୧୮% ଟ୍ୟାକ୍ସ ନିର୍ଦ୍ଧାରଣ କରିଥିଲେ ।

congress-party-rally-at-gandhinagar_74d1f8e8-b7f0-11e7-83cc-689513d74e1bକିନ୍ତୁ ମୋଦି ସରକାର କଂଗ୍ରେସର ଏହି ଯୋଜନାକୁ ହାଇଜାକ କରି ବାହାବା ନେବାରେ ବ୍ୟସ୍ତ । ଏପରିକି ଏକକ ଟ୍ୟାକ୍ସ ବଦଳରେ ଜିଏସଟି ବିଲରେ ୫ଟି ଟ୍ୟାକ୍ସ ଆଣିଛନ୍ତି ।ଯାହାକି କ୍ଷୁଦ୍ର ବ୍ୟବସାୟୀଙ୍କୁ ବିଶେଷ ଭାବେ ପ୍ରଭାବିତ କରୁଛି। ଏପରିକି ବ୍ୟବସାୟୀ ମାନେ ମଧ୍ୟ ଜିଏସଟି ବିଲକୁ ଏପଯ୍ୟନ୍ତ ଠିକ୍ ଭାବେ ବୁଝି ପାରି ନାହାନ୍ତି । ଯାହାଫଳରେ ବ୍ୟବସାୟୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଲୋକ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି ବୋଲି ରାହୁଲ କହିଛନ୍ତି ।

ଗାନ୍ଧି ନଗରରେ ହେଉଥିବା ନବସର୍ଜନ ଜନଦେଶ ମହାସମ୍ମେଲନ ରାଲିରେ ରାହୁଲ ଏପରି ମନ୍ତବ୍ୟ ଦେଇଛନ୍ତି। ଏହି ସଭାରେ ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି ଦେଶରେ ଚାଷୀମାନଙ୍କୁ ଋଣ ବାବଦରେ କୋହଳ କରାଯାଉନଥିବା ବେଳେ ବଡ ବଡ ବ୍ୟବସାୟୀଙ୍କୁ ଋଣ ଛାଡ କରାଯାଉଛି।

ଋାହୁଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ସିଧାସଳଖ ସେ କଂଗ୍ରେସ ଦଳ ଓ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଯେପରି ଫିଲ୍ମ ଶୈଳୀରେ ମୋଦି ସରକାରଙ୍କୁ ଆକ୍ଷେପ କରିଥିଲେ ଠିକ୍ ସେହିଭଳି ଢଙ୍ଗରେ ପ୍ରତିଜବାବ ଦେଇଛନ୍ତି ରବିଶଙ୍କର । ସେ କଂଗ୍ରେସ ଦଳକୁ ଡ୍ରାମେବାଜ ନମ୍ବର-୧ ଦଳ ଭାବେ କଟାକ୍ଷ କରିଛନ୍ତି । ଏହାସହ ପଛୁଆବର୍ଗର ନେତା ଅଳ୍ପେଶ ଠାକୁର କଂଗ୍ରେସ ଦଳରେ ଯୋଗ ଦେବା ଏକ ନାଟକ ବୋଲି କହିଛନ୍ତି ରବିଶଙ୍କର । କାରଣ ଅଳ୍ପେଶଙ୍କ ବାପା ପୂର୍ବରୁ କଂଗ୍ରେସ ଦଳରେ ଥିଲେ ତେଣୁ ସେ କଂଗ୍ରେସରେ ଯୋଗ ଦେବା କିଛି ନୂଆ ନୂହେଁ । ତେଣୁ ରାହୁଲ ନାଟକ ନକରି ନିଜ ଦଳକୁ କିପରି ରକ୍ଷା କରିବେ ସେ ନେଇ ଚିନ୍ତା କରନ୍ତୁ ।