ସଂସଦରେ ବିରଳ ଦୃଶ୍ୟ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଦୁ କି ଝପି ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ।

52

ସଂସଦରେ ଅନାସ୍ଥା ଆଲୋଚନା ବେଳେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲୁଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାର୍ଲାମେଣ୍ଟ ଇତିହାସରେ ହୁଏତ ଏହି ଦୃଶ୍ୟ ଆପଣଙ୍କୁ କମ ଦେଖିବାକୁ ମିଳିଥିବ । ହେଲେ ସଂସଦରେ ଘଟିଥିବା ଏହି ଦୃଶ୍ୟକୁ ନେଇ ଉପସ୍ଥିତ ବିଭିନ୍ନ ଦଳର ସାଂସଦମାନଙ୍କ ମୂୁହଁରେ କୌତୁହଳର ହସ ଦେଖିବାକୁ ମିଳିଥିଲା ।

ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ବିଭିନ୍ନ ଦଳକୁ ସମୟ ମିଳିଥିବାବେଳେ କଂଗ୍ରେସକୁ ମଧ୍ୟ ବିତର୍କ କରିବା ପାଇଁ ସମୟ ମିଳିଥିଲା । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜର ଅଭିଭାଷଣ ଶେଷ କରି ମୋଦିଙ୍କ ଆସନ ନିକଟକୁ ଯାଇଥିଲେ । ଏବଂ ମୋଦଙ୍କ ସହ କରମର୍ଦ୍ଦନ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସଂସଦର ବାଚସ୍ପତିଙ୍କ ସହ ଉପସ୍ଥିତ ଥିବା ସମସ୍ତ ସାଂସଦ ମାନଙ୍କ ମୁହଁରେ କୌତୁହଳ ହସ ଦେଖିବାକୁ ମିଳିଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଅନେକ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ଯେପରି, ରାଫେଲ ବିମାନ ପ୍ରସଙ୍ଗ, ଦେଶର ଯୁବପିଢ଼ୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ।