ଅଳିଆ ସଫା କରନ୍ତି ବାପା ! ପୁଅକୁ ମିଳିଲା ଏମ୍ସରେ ଡାକ୍ତରି କରିବାର ସୁଯୋଗ, କହିଲେ ସଫଳତା ପଛରେ ରହିଛି ବାପା ମା’ଙ୍କ ହାତ ।
ମଧ୍ୟପ୍ରଦେଶରେ ଅଳିଆ ସଫା କରୁଥିବା ଜଣେ ପିତାଙ୍କ ପୁଅ ଆଶାରାମ ଚୌଧୁରିଙ୍କୁ ଜୋଧପୁରରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଫର ମେଡିକାଲ ସାଇନ୍ସ (ଏମ୍ସ)ରେ ଏମବିବିଏସ କରିବା ପାଇଁ ଆଡମିଶନ ମିଳିଛି ।ସାଧାରଣତଃ ଗରିବ ଲୋକମାନେ ତାଙ୍କ ପିଲା ମାନଙ୍କୁ ଟଙ୍କା ଅଭାବରୁ ପାଠ ପଢାଇ ପାରିନଥାନ୍ତି । ଉଚ୍ଚ ଶିକ୍ଷା ଦେବାକୁ ହେଲେ ଅଧିକ ଟଙ୍କା ଦରକାର ପଡିଥାଏ । ଯାହାଫଳରେ ଅଭାବ ଅନାଟନରେ ଚଳୁଥିବା ଲୋକମାନେ ତାଙ୍କ ପିଲାମାନଙ୍କୁ ଇଚ୍ଚ ଶିକ୍ଷା ଦେଇ ପାରିନଥାନ୍ତି । କିନ୍ତୁ ଜୋଧପୁରରେ ବାସ କରୁଥିବା ଏକ ପରିବାର ଅତ୍ୟଧିକ ଗରିବ ହୋଇଥିବା ସତ୍ୱେ ମଧ୍ୟ ତାଙ୍କ ପୁଅ ଆଶାରାମକୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରେରିତ କରିଛନ୍ତି । ପିଲାର ପାଠ ପଢାରେ ଆଗ୍ରହ ଦେଖି ପରିଜନଙ୍କ ସହ ଗାଁର କେତେକ ଲୋକ ମଧ୍ୟ ଆଶାରାମଙ୍କୁ ସାହାଯ୍ୟ କରିଛନ୍ତି । ଏନେଇ ଆଶାରାମ କହଛନ୍ତି ତାଙ୍କ ଏହି ସଫଳତା ପଛରେ ପିତା ମାତା, ଏବଂ ନବୋଦୟ ବିଧାୟକଙ୍କ ବହୁତ ବଡ ଭୁମିକା ରହିଛି । ଏମାନେ ଆଶାରାମଙ୍କୁ ଆଗକୁ ବଢିବାକୁ ସର୍ବଦା ପ୍ରେରିତ କରିଛନ୍ତି । ଏଥି ସହିତ ଦକ୍ଷିଣା ସଂସ୍ଥା ଆଶାରାମଙ୍କୁ ଆର୍ଥିକ ରୁପରେ ଅନେକ ସାହାଯ୍ୟ କରିଥିବାରୁ ସେ ଦକ୍ଷିଣା ସଂସ୍ଥାକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ସେ ଯେତେବେଳେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ଗାଁର ଜଣେ ଡାକ୍ତରଙ୍କ ଠାରୁ ପ୍ରେରିତ ହୋଇ ସେ ଡାକ୍ତର ହେବା ପାଇଁ ଇଚ୍ଛା କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଶାରାମ ପିତାଙ୍କ କହିବା ଅନୁସାରେ, ପାଖରେ ଟଙ୍କା ନଥିବା କାରଣରୁ ସେ ତାଙ୍କ ପୁଅକୁ ପାଠ ପଢାଇ ପରିନାହାଁନ୍ତି । ଗାଁ ଲୋକଙ୍କ ସାହାୟତା ଏବଂ ପରିଜମ ମାନଙ୍କ ସାହାୟତା କ୍ରମେ ଆଶାରାମ ଏତେ ବାଟ ଯାଇପାରିଛନ୍ତି । ପୂର୍ବରୁ ମଧ୍ୟ ଉପ-ଜିଲ୍ଲା ଅଧିକାରୀ ଏବଂ ଗାଁର କେତେକ ଲୋକ ଆଶାରାମଙ୍କ ପାଠ ପଢା ପାଇଁ ସାହାଯ୍ୟ କରିଥିଲେ । ଆଶାରାମଙ୍କ ପାଠ ପଢିବା ପାଇଁ ଇଚ୍ଛା ଶକ୍ତି ଦେଖି ସମସ୍ତେ ସାହଯ୍ୟ କରିଛନ୍ତି । ପୁଅକୁ ଏମବିବଏସ ପଢାଇବା ପାଇଁ ତାଙ୍କ ପାଖରେ ଅର୍ଥ ନଥିବାରୁ ସେ ଅନ୍ୟଙ୍କ ଉପରେ ଏବେ ମଧ୍ୟ ନିର୍ଭରଶିଳ ଅଛନ୍ତି ବୋଲି କହିଛନ୍ତି ଆଶାରାମଙ୍କ ବାପା ।
ଆଶାରାମଙ୍କ ପାଠପଢା ପ୍ରତି ଏପରି ଇଚ୍ଛାଶକ୍ତି ଦେଖି ସମାଜକୁ ଏହା ପ୍ରେରଣା ମିଳୁଛିକି, ପିଲାଟିଏ ଯେଉଁଭଳି ପରିବାରରେ ଜନ୍ମ ହେଉନା କାହିଁକି ଇଚ୍ଛାଶକ୍ତି ଏବଂ ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ଦୃଢ ମନବଳ ଥିଲେ ସବୁକିଛି ଆପେ ଆପେ ହୋଇଯାଇଥାଏ ।