କଟକ ଏସସିବିରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ

26

କନକ ବ୍ୟୁରୋ : ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । କଟକ ଏସସିବିରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ କରାଯାଇିଥିବା ଅଭିଯୋଗ ହୋଇଛି । କଲେଜର ସିନିୟର ଛାତ୍ରମାନେ ଖରାପ ଭାଷାରେ ଗାଳି ଗୁଲଜ ଓ ଇଂଗିତ କରିଥିବା ଅଭିଯୋଗ କରିଛନ୍ତି ଏମବିବିଏସର ଜଣେ ଚତୁର୍ଥ ବର୍ଷର ଛାତ୍ରୀ । ମଙ୍ଗଳବାଗ ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ୧୬୧ ଧାରାରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି ।