ରଘୁରାମ୍ ରାଜନଙ୍କ ୫ଟି ଐତିହାସିକ ନିଷ୍ପତି ! ଯାହାର ଲାଭ ଆଜି ବି ଉଠାଉଛନ୍ତି ସାଧାରଣ ନାଗରିକ

122

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର୍ ରଘୁରାମ୍ ରାଜନ୍ । ନିଜର ଦୂରଦୃଷ୍ଟି ଏବଂ ସ୍ପଷ୍ଟବାଦୀ ସ୍ୱଭାବ ପାଇଁ ବେଶ୍ ଜଣା ଶୁଣା । ଗତବର୍ଷ ସେପ୍ଟେମ୍ବରରେ ଆବିଆଇରୁ ବିଦାୟ ନେଇଥିବା ରାଜନ୍ ଏବେ ପୁଣି ଚର୍ଚ୍ଚାରେ । ନିଜର ‘ଆଇ ଡୁ ହ୍ୱାଟ୍ ଆଇ ଡୁ’ ପୁସ୍ତକ ଜରିଆରେ ସରକାରଙ୍କ ନୋଟବନ୍ଦୀକୁ ନେଇ ଅନେକ ଖୁଲାସା କରିଛନ୍ତି ରାଜନ୍ । ବିମୁଦ୍ରାକରଣ ଯୋଗୁଁ ଦୀର୍ଘ ମିଆଦିରେ ଯେଉଁ ଲାଭ ମିଳିବ ସ୍ୱଳ୍ପ ମିଆଦିରେ ତା’ଠାରୁ ଅଧିକ କ୍ଷତି ହେବ ବୋଲି ସେ ସରକାରଙ୍କୁ ଅବଗତ କରାଇଥିଲେ । ତେବେ ଗଭର୍ଣ୍ଣର୍ ଥିବା ବେଳେ ରଘୁରାମ୍ ରାଜନ୍ ନେଇଥିଲେ ୫ ଟି ଐତିହାସିକ ନିଷ୍ପତି । ଯାହାକୁ ଆଜି ବି ଉପଭୋଗ କରୁଛି ଉପଭୋକ୍ତା । ଏବେ ନଜର ପକାନ୍ତୁ କଣ ସେହି ୫ ଟି ନିଷ୍ପତି ଯାହା ବଦଳାଇ ଦେଇଛି ସାଧାରଣ ଲୋକଙ୍କ ଜୀବନ ।

ବ୍ୟାଙ୍କରେ ଚିରା ନୋଟ୍ ବଦଳାଇବା :
torn_rupeesଚୀନ୍ ପରେ ଦ୍ୱିତୀୟ ଦେଶ ହେଉଛି ଭାରତ ଯେଉଁଠାରେ କ୍ୟାସ୍ ପ୍ରଚଳନ ଅଧିକ ହୋଇଥାଏ । ଫଳରେ ଲେଣ ଦେଣ ବେଳେ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ସମୟରେ ନୋଟ୍ ଚିରି ଯାଇଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାଜନ୍ ଚିରା ନୋଟ୍ ବଦଳାଇବାର ସୁବିଧା ଆଣିଥିଲେ । ଜଣେ ବ୍ୟକ୍ତି ପ୍ରତିଦିନ ବ୍ୟାଙ୍କରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ୨୦ଟି ଚିରା ନୋଟ୍ ବଦଳାଇପାରିବ । ଆଉ ଏହି ସେବା ସମସ୍ତଙ୍କ ପାଇଁ ମାଗଣା ।

ବର୍ଷରେ ଥରେ ମିଳିବ ମାଗଣା କ୍ରେଡିଟ୍ ସ୍କୋର୍ :
cibil-scoreଇ –ସପିଙ୍ଗ୍ ସମୟରେ ଅନେକ ସମୟରେ ଆପଣଙ୍କୁ କ୍ରେଡିଟ୍ ସ୍କୋର୍ ଦିଆଯାଇଥାଏ । ରାଜନ୍ ଏହାକୁ ବର୍ଷରେ ଥରେ ମାଗଣା କରିଦେଇଛନ୍ତି । ଅର୍ଥାତ୍ ବର୍ଷକୁ ଥରେ ନିଜ କ୍ରେଡିଟ୍ ସ୍କୋର୍ ରିପୋର୍ଟ ପାଇବା ସମସ୍ତ ବ୍ୟକ୍ତିଙ୍କର ଅଧିକାର । ଆରବିଆଇ ସମସ୍ତ କ୍ରେଡିଟ୍ ଇନଫରମେସନ୍ କମ୍ପାନୀ ଗୁଡିକୁ ବର୍ଷକୁ ଥରେ ଇଲେକ୍ଟ୍ରୋନିକ୍ ଫର୍ମାଟରେ କ୍ରେଡିଟ୍ ରିପୋର୍ଟ ଦେବାକୁ ଆଦେଶ ଦେଇଛି ।

ଅନଲାଇନ୍ ଠକାମୀର ଶିକାର ହେଲେ ପୁରା ଟଙ୍କା ଫେରସ୍ତ :
online-fraudଭାରତରେ ଡିଜିଟାଲ୍ ମାର୍କେଟର ପ୍ରସାର ଯେଉଁଭଳି ଭାବରେ ହେଉଥିଲା ସେଥିରୁ ଅନଲାଇନ୍ ଠକାମୀର ବିପଦ ମଧ୍ୟ ଥିଲା । ଆପଣ ଘରେ ବସି ଅନଲାଇନରେ ସାମଗ୍ରୀ ଅର୍ଡର୍ କରିଥାନ୍ତି । ଯାହା ଅନେକ ସମୟରେ ରିସ୍କି ମଧ୍ୟ ହୋଇଥାଏ । ଏହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ଉପଭୋକ୍ତାଙ୍କୁ ଏହି ଠକାମୀରୁ ବଂଚାଇବା ପାଇଁ ରାଜନ୍ ଆଣିଥିଲେ ନୂଆ ନିୟମ । ଠକାମୀର ଶିକାର ହୋଇଥିବା କୌଣସି ଗ୍ରାହକ ଯଦି ଏନେଇ ୩ ଦିନ ମଧ୍ୟରେ ବ୍ୟାଙ୍କରେ ଅଭିଯୋଗ କରନ୍ତି ତେବେ ପୁରା ଟଙ୍କା ଫେରସ୍ତ ପାଇପାରିବେ ।

ସେଭିଙ୍ଗ୍ ଆକାଉଂଟ ଉପରେ ଲାଗିବନି ଫାଇନ୍ :
savings accountଅନେକ ସମୟରେ ଦେଖିବାକୁ ମିଳିଛି ଲୋକମାନେ ସେଭିଙ୍ଗ୍ ଆକାଉଂଟ୍ ତ ଖୋଲିଦିଅନ୍ତି କିନ୍ତୁ ତାକୁ ମେନଟେନ୍ କରିପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ସର୍ବନିମ୍ନ ଜମା ନରଖିଲେ ବ୍ୟାଙ୍କ୍ ଗ୍ରାହଙ୍କ ଉପରେ ଜରିମାନା ଲଗାଇଥାଏ । ହେଲେ ଏହାକୁ ରାଜନ୍ ଅନ୍ତ କରିଦେଇଥିଲେ । ରାଜନଙ୍କ ନୂଆ ନିୟମ ଅନୁଯାୟୀ, ବ୍ୟାଙ୍କ୍ ପ୍ରଥମେ ଆକାଉଂଟଧାରୀଙ୍କୁ ଏନେଇ ସନ୍ଦେଶ ଦେଇ ଏକ ମାସ ପର୍ଯ୍ୟନ୍ତ ସମୟ ଦେବ ।

ଟ୍ରାନଞ୍ଜାକ୍ସନ୍ ସହ ଜଡିତ ଠକାମୀକୁ ଅଟକାଇବା ପାଇଁ ଉପାୟ :
atm_1477175863ଟ୍ରାନଞ୍ଜାକ୍ସନ୍ ସହ ଜଡିତ ଠକାମୀକୁ ଅଟକାଇବା ପାଇଁ ଆରବିଆଇ ସମସ୍ତ ବ୍ୟାଙ୍କକୁ ଚିପ୍ ଆଧାରିତ ଏବଂ ପିନ୍ ଥିବା ଏଟିଏମ୍ କାର୍ଡ ଜାରି କରିବାକୁ ବାଧ୍ୟତାମୂଳକ କରିଥିଲା ।

ଏହି ଭଳି ଭାବରେ ରଘୁରାମ୍ ରାଜନ୍ ସାଧାରଣ ନାଗରିକଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି ନିଷ୍ପତି ନେଇଥିଲେ । ଯାହାର ଫାଇଦା ଆଜି ବି ସାଧାରଣ ଲୋକ ଉଠାଉଛନ୍ତି ।