ନନ୍ଦନକାନନ ରାସ୍ତାରେ ଯୁବତୀଙ୍କୁ ଦୁର୍ବ୍ୟବହାର ମାମଲା : ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ ପୁଲିସ

26

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ଭୁବନେଶ୍ୱର ରଘୁନାଥପୁର ଅଂଚଳରେ ଯୁବତୀକୁ ଅଶ୍ଳୀଳ କମେଂଟ ମରା ମାମଲା । ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ବିରୋଧରେ ଆଇପିସିର ଦଫା ୩୫୪ ଡି, ୩୨୩, ୩୪ରେ ମାମଲା ରୁଜୁ କରାଯାଇଛି ।

ଭୁବନେଶ୍ୱର ରଘୁନାଥପୁର ଅଂଚଳରେ ଯୁବତୀଙ୍କୁ ଅଶ୍ଳୀଳ କଂମେଟ ମାରିଥିଲେ କିଛି ଯୁବକ । ୩ ଜଣ ଯୁବତୀ ତାଙ୍କ ଜଣେ ପୁଅ ସାଙ୍ଗ ସହ ବାଇକରେ ଯାଉଥିବା ବେଳେ ରଘୁନାଥପୁର ନିକଟରେ କମେଂଟ୍ କରିଥିଲେ ଦୁଇ ଜଣ ଯୁବକ । ଏହାର ପ୍ରତିବାଦ କରିବାରୁ ବେଶ କିଛି ସମୟ ଧରି ବଚସା ହୋଇଥିଲା । ଏହା ପରେ ସେହି ଦୁଇ ଜଣ ଯୁବକ କିଛି ସାଙ୍ଗକୁ ସାଥିରେ ଆଣି ପୁଣି ସେମାନଙ୍କୁ ଅଟକାଇଥିଲେ ।

ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ସହ ହାତ ମଧ୍ୟ ଉଠାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ କମେଂଟର ଶିକାର ହୋଇଥିବା ଯୁବତୀମାନେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପୀଡିତାଙ୍କ ଅଭିଯୋଗକୁ ଥଟ୍ଟାରେ ଉଡାଇ ଦେଇଥିବା ଅଭିଯୋଗ ହୋଇଥିଲା । ଥାନା ପାଖରେ ଥାଇ ସୁଦ୍ଧା ପୁଲିସ ଅଧଘଂଟା ବିଳମ୍ବରେ ପହଂଚିଥିବା ନେଇ ଅଭିଯୋଗର ମଧ୍ୟ ତଦନ୍ତ କରାଯାଉଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –