ଅଧାରେ ଅଟକିଛି ବର୍ଷା-ରାଜାଶ୍ରୀ ପୁନର୍ମିଳନର କାହାଣୀ !

49

ଦାମ୍ପତ୍ୟ ଜୀବନର ସେକେଣ୍ଡ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ବର୍ଷାସୋନୀ ଚୌଧୁରୀ । ଜନ୍ମଦିନକୁ ଧୁମ୍ ଧାମରେ ପାଳିବା ପୁଣି ଥରେ ଶ୍ୱଶୁର ଘରକୁ ଫେରି ଯିବାକୁ ସଜବାଜ ଚାଲିଛି । ଏହା ସହ ଦୀର୍ଘ ତିନି ବର୍ଷର ବାଦ ବିବାଦ ଓ ବିଚ୍ଛେଦ ପରେ ପ୍ରଥମ ଥର ପାଇଁ ନିଜ ପତ୍ନୀଙ୍କ ଜନ୍ମ ଦିନ ପାଳନ କରୁଛନ୍ତି ରାଜାଶ୍ରୀ ।

ଭୋଜି ଭାତରେ ଆପାୟିତ କରିବାକୁ ପରିବାର ସଦସ୍ୟଙ୍କ ସହ ସହରର ଅନେକ ବିଶିଷ୍ଟ ଓ ଜଣାଶୁଣା ବ୍ୟକ୍ତିଙ୍କୁ ବି ନିମନ୍ତ୍ରଣ କରାଯାଇଛି । ହେଲେ ଏ ଖୁସିର ମାହୋଲ ଭିତରେ ସନ୍ଦେହର ପ୍ରଶ୍ନ ଉଠାଇଛି ବର୍ଷାଙ୍କ ଶାଶୁ ଶ୍ୱଶୁରଙ୍କ ଅନୁପସ୍ଥିତି । କାରଣ ବୋହୂର ଜନ୍ମଦିନରେ ସାସିଲ ନହୋଇ ଯାଇଛନ୍ତି ଦିଲ୍ଲୀ । ଠିକ୍ ଏମିତି ହୋଇଥିଲା ବର୍ଷା ଓ ରାଜାଶ୍ରୀଙ୍କ ପୁନର୍ମିଳନ ଦିନ ।

କୁହାଯାଉଥିଲା ଭୁବନେଶ୍ୱରରେ ଏହି ପୁନର୍ମିଳନ ଘୋଷଣା ପରେ ବର୍ଷା ନିଜ ପୁରୁଣା ଠିକଣାକୁ ଫେରିଯିବେ । ହେଲେ ଏ ପର୍ଯ୍ୟନ୍ତ ବର୍ଷାଙ୍କ ପାଦ ପଡିନି ବାଲେଶ୍ୱରସ୍ଥିତ ନିଜ ଶ୍ୱଶୁର ଘରେ । ତେଣୁ ପୁନର୍ମିଳନର କାହାଣୀ ଏବେ ବି ଅଧୁରା ଥିଲା ପରି ଜଣା ପଡୁଛି ।