ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ! ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂଙ୍କ ସମେତ ୪ ସାଂସଦ ।

53

କନକ ନ୍ୟୁଜ୍ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅନ୍ୟପଟେ ରାଜ୍ୟ ସଭା ସାଂସଦ ଭାବେ ଶପଥ ନେଇଛନ୍ତି ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ବିଶିଷ୍ଟ ନୃତ୍ୟଶିଳ୍ପୀ ସୋନାଲ ମାନସିଂ ମଧ୍ୟ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି । ଅଧିବେଶନ ଆରମ୍ଭ ପୁର୍ବରୁ ସଂସଦର କାମକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତ ସାଂସଦଙ୍କ ସହଯୋଗ ଲୋଡିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଦେଶ ଆଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ଏବଂ ଏଗୁଡିକ ବିଷୟରେ ଅଧିକରୁ ଅଧିକ ଆଲୋଚନା ହେବା ଜରୁରୀ ବୋଲି ମୋଦି କହିଛନ୍ତି । ସେପଟେ ଲୋକସଭାରେ ହଙ୍ଗାମା ଭିତରେ ପ୍ରଶ୍ନକାଳ ଆରମ୍ଭ ହୋଇଛି । ଅଗଷ୍ଟ ୧୦ ତାରିଖ ଯାଏଁ ଚାଲିବ ସଂସଦର ଏହି ମୌସୁମୀ ଅଧିବେଶନ । ସଂସଦରେ ଅନୁମୋଦନ ପାଇଁ ବିଭିନ୍ନ ବିଲ ଏବେ ଅପେକ୍ଷାରେ ରହିଛି । ଏପରିକି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଯୋଜନା ରଖିଛନ୍ତି ବିରୋଧୀ ।