ବର୍ଷାସୋନୀ-ରାଜାଶ୍ରୀଙ୍କ ପୁନର୍ମିଳନକୁ ନେଇ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

52

ବାଲେଶ୍ୱର : ବର୍ଷାସୋନୀ ଓ ରାଜାଶ୍ରୀଙ୍କ ପୁନର୍ମିଳନ ପରେ ଶେଷରେ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ସତ ପଦାକୁ ଆସିଛି, ଦୁଇ ପିଲାଙ୍କ କଳିରୁ ମହାଭାରତ ସୃଷ୍ଟି ହୋଇଥିଲା ବୋଲି ରଘୁନାଥ କହିଛନ୍ତି । ଦୁଇ ପିଲାଙ୍କ ମଧ୍ୟରେ ଭୁଲ ବୁଝାମଣା ପାଇଁ ସେମାନେ ଅନୁତପ୍ତ । ନିଜ ଭୁଲ ସୁଧାରି ସେମାନେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ଶୁଭେଚ୍ଚା ଜଣାଇଛନ୍ତି ରଘୁନାଥ ।