ରେଭେନ୍ସାରେ ରାଗିଂ : ଯୁକ୍ତ ୩ ବିଜ୍ଞାନ ଛାତ୍ରଙ୍କୁ ରାଗିଂ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ, ୬ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

305

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପୁଣି ଫେରିଛି ରାଗିଂ । ମିଳିଥିବା ସୂଚନା ଅନୁସାରେ ଜଣେ ଯୁକ୍ତ ୩ ବିଜ୍ଞାନ ଛାତ୍ରଙ୍କୁ ଏହି ରାଗିଂ ହୋଇଛି । ସୋମବାର ରାତିରେ ଇଷ୍ଟ ହଷ୍ଟେଲରେ ଜନ୍ମଦିନ ପାର୍ଟି ଚାଲିଥିଲା । ଏହି ସମୟରେ କିଛି ସିନିୟର ଛାତ୍ର ଜଣେ ଯୁକ୍ତ ୩ ଛାତ୍ରଙ୍କୁ ରାଗିଂ କରିଥିଲେ । ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ କୂଳପତିଙ୍କ ନିକଟରେ ଅଭିଯୋଗ ହୋଇଥିଲା । କୂଳପତି ଘଟଣାକୁ ଗୁରୁତର ସହ ନେଇ ସଙ୍ଗେ ସଙ୍ଗେ ଆଂଟି ରାଗିଂ କମିଟି ଏବଂ ଶୃଙ୍ଖଳାଗତ କମିଟିର ବୈଠକ ଡାକିଥିଲେ । ଏହି ବୈଠକରେ ରାଗିଂ ଅଭିଯୋଗରେ ୬ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିଷ୍ପତି ହୋଇଥିଲା ।

ବୁଧବାର ସେହି ୬ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ହା ସହିତ ସେମାନେ ଗୋଟିଏ ସେମିଷ୍ଟର୍ ପରୀକ୍ଷା ମଧ୍ୟ ଦେଇପାରିବେ ନାହିଁ। ତେବେ ଏଥିରେ ଅସନ୍ତୁଷ୍ଟ କିଛି ଛାତ୍ର ରେଭେନ୍ସା ବିଦ୍ୟାଳୟରର ରେଜିଷ୍ଟ୍ରାରଙ୍କୁ କିଛି ସମୟ ପାଇଁ ଘେରାଓ କରିଥିଲେ । କେବଳ ଗୋଟିଏ ପକ୍ଷର ମତକୁ ବିଚାରକୁ ନେଇ କର୍ତ୍ତୃପକ୍ଷ ୬ଜଣଙ୍କୁ ହଷ୍ଟେଲରୁ ବାହାରି ଯିବାକୁ କହି ଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।