ୱେଲକମ୍ ମିଟିଂରେ ର‌୍ୟାଗିଂ : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟରେ ଛାତ୍ରଙ୍କୁ ର‌୍ୟାଗିଂ କରାଯାଉଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍

473

କନକ ବ୍ୟୁରୋ : ୱେଲକମ୍ ମିଟିଂରେ ର‌୍ୟାଗିଂ । ଜୁନିଅର୍ ଛାତ୍ରଙ୍କୁ ରାଗିଂ କରୁଛନ୍ତି ସିନିଅର୍ ଛାତ୍ର । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ -ଭିସୁଟରେ ଛାତ୍ରଙ୍କୁ ର‌୍ୟାଗିଂ କରାଯାଉଥିବାର କିଛି ଭିଡିଓ ଏବେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଛାତ୍ର ମାନେ କାନ ଧରି ଉଠବସ ହେଉଛନ୍ତି । ଏପରିକି କିଛି ଛାତ୍ର ଡ୍ରେସ୍ ଖୋଲି ନାଚୁଥିବା ଭିଡିଓରେ ରହିଛି । ଅନ୍ୟ ଏକ ଭିଡିଓରେ କିଛି ଛାତ୍ର କ୍ୟାମ୍ପସ ଭିତରେ କେବଳ ଅନ୍ତଃବସ୍ତ୍ର ପିନ୍ଧି ଦୌଡୁଥିବା ଦେଖିବାକୁ ମିଳିଛି । ଏସସସ୍ତ ଭିଡିଓ କିଛି ଦିନ ପୂର୍ବର ବୋଲି ଚର୍ଚ୍ଚା ହେଉଛି ।

ଜୁନିଅର ଛାତ୍ରଙ୍କୁ ସ୍ୱାଗତ କରାଯିବା ପରେ କ୍ୟାମ୍ପସ ଭିତରେ ସିନିଅର ଛାତ୍ର ମାନେ ତାଙ୍କୁ ଏଭଳି ର‌୍ୟାଗିଂ କରୁଥିବା ଚର୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ର‌୍ୟାଗିଂ ହୋଇଥିବା ଛାତ୍ରଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ଭିଡିଓରେ ଥିବା ଛାତ୍ର ମାନେ କେଉଁ ବର୍ଷର , ତାହା ବି ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଏନେଇ ଭିସୁଟ୍ କୁଳପତି କହିଛନ୍ତି, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଭିଡିଓ ଭାଇରାଲ୍ ହେବା ପରେ ଘଟଣାର ତଦନ୍ତ ନିଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଏନେଇ ସେ ରେଜିଷ୍ଟାରଙ୍କ ସହ କଥା ବି ହୋଇଛନ୍ତି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଛାତ୍ରଙ୍କୁ ର‌୍ୟାଗିଂର ଭିଡିଓ ସାମ୍ନାକୁ ଆସିବା ପରେ ବୁର୍ଲାକୁ ପୁଣି ର‌୍ୟାଗିଂ ଫେରିଥିବା ଚର୍ଚ୍ଚା ହେଉଛି ।