ନୟାଗଡରେ ରାଗିଂର ନଗ୍ନ ଚିତ୍ର : ସିନିୟରଙ୍କ ବିରୋଧରେ ଜୁନିୟର ଛାତ୍ରଙ୍କ ଅଭିଯୋଗ

76

ନୟାଗଡ : କାମୁଡିଲେ, ଚେଙ୍କିଲେ, ମାଡ ମାରିଲେ । ପଦାକୁ ଆସିଛି ରାଗିଂର ନଗ୍ନରୂପ । ପୁଣି ଆସିଛି ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ । ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରଙ୍କୁ ଅତି ଅମାନବୀୟ ଭାବେ ୩ ଜଣ ସହପାଠୀ ରାଗିଂ କରିଥିବା ଅଭିଯୋଗ ଆସିଛି । ନୟାଗଡର ଏକ ଘରୋଇ ଆବାସିକ ମହାବିଦ୍ୟାଳୟର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡିତ ଛାତ୍ରଙ୍କୁ ତାଙ୍କର ୩ ଜଣ ସହପାଠୀ ବାଡେଇବା, ଚେଙ୍କଦେବା, ବସଉଠ କରାଇବା, ପାନିଆରେ ଜଙ୍ଘକୁ ଆଘାତ ଦେବା ସହ ଶରୀର ବିଭିନ୍ନ ସ୍ଥାନକୁ କାମୁଡିବା ପରି ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ ଆହତ ଛାତ୍ର ନୟାଗଡ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏପରିକି ରାଗିଂ କରିଥିବା ସହପାଠୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ଦୀର୍ଘ ଦିନ ଧରି ରାଗିଂ ବିଷୟରେ କହିନଥିଲେ । ନୟାଗଡ ଟାଉନ ଥାନା ପୋଲିସ ଛାତ୍ରଙ୍କ ବାପାମାଆଙ୍କ ବୟାନ ରେକର୍ଡ କରିଛି । ସେମାନେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ ।

ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ –