ଥମିବାରେ ନା ନେଉନାହିଁ ରାଫେଲ ବିମାନ ଦୁର୍ନୀତି ଝଡ : ବିରୋଧୀଙ୍କ ଅଭିଯୋଗକୁ ବିଭ୍ରାନ୍ତିକର ତଥ୍ୟ କହିଲା ବିଜେପି !

55

କନକ ବ୍ୟୁରୋ : ବିରୋଧୀ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ଘେରୁଛନ୍ତି । ତେବେ ବହୁ ଚର୍ଚ୍ଚିତ ରାଫେଲ ବିମାନକୁ ନେଇ ଥମିବାରେ ନା ନେଉ ନାହିଁ ରାଜନିତୀ ଆକ୍ଷେପ ଓ ପ୍ରତ୍ୟାକ୍ଷେପ । ତେବେ ବିରୋଧୀ କଂଗ୍ରେସ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରି କହିଛି ରାଫେଲ ବିମାନରେ ମୋଦି ସରକାର ଏକ ବଡଧରଣର ଦୁର୍ନିତି କରିଛନ୍ତି । କିନ୍ତୁ ଏହାକୁ ଅନାସ୍ଥା ପ୍ରସ୍ତାବ ବେଳେ ଗୃହରେ ଖଣ୍ଡନ କରିଥିଲେ ସରକାର । ତେବେ ପୁଣିଥରେ ଶୁକ୍ରବାର ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଯେ ଶିଳ୍ପପତି ଅନୀଲ ଅମ୍ବାନିଙ୍କ ସହିତ ସଲାସୁତରାରେ ରାଫେଲ କ୍ରୟ ନେଇ ଦୁର୍ନୀତି ହୋଇଛି। ବିଜେପି ଗୋଟିଏ ମିଛକୁ ଲୁଚାଇବା ପାଇଁ ଶହେ ମିଛ କହୁଛି।

 

ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ରାଫେଲ ଠିକା ମିଳିବାର ମାତ୍ର ୧୨ ଦିନ ପୂର୍ବରୁ ଏହି କମ୍ପାନି ଗଠନ ହୋଇଥିଲା । ତେଣୁ କେଉଁ ସ୍ୱାର୍ଥରେ ଏହି ଠିକା ପ୍ରଦାନ କରାଯାଇଛି ତାହା ଦେଶବାସୀଙ୍କୁ ସ୍ପଷ୍ଟ କରିବା ଆବଶ୍ୟକ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ୟେଓ୍ଵାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରିଲାଏନ୍ସ ଡିଫେନ୍ସ ଲିମିଟେଡର ଗଠନ ରାଫେଲ ଚୁକ୍ତିର ଠିକ୍ ୧୨ ଦିନ ପୂର୍ବରୁ ୨୮ ମାର୍ଚ ୨୦୧୫ରେ ହୋଇଥିଲା। ସେତେବେଳେ ରିଲାଏନ୍ସ ନିକଟରେ ଯୁଦ୍ଧ ବିମାନ ତିଆରି ପାଇଁ ଲାଇସେନ୍ସ ନଥିଲା। ଏହି ଉଦ୍ୟୋଗପତିଙ୍କୁ ଫାଇଦା ଦେବାପାଇଁ ମୋଦି ସରକାର ଏହି ଚୁକ୍ତି ସଂପନ୍ନ କରିଥିଲେ ବୋଲି ସୁର୍ୟେଓ୍ଵାଲା କହିଛନ୍ତି। ରାଫେଲ ଚୁକ୍ତି କେବଳ ଦୁଇ ଦେଶ ମଧ୍ୟରେ ସଂପନ୍ନ ହୋଇଛି ଏବଂ ଏଥିରେ ତୃତୀୟ ପକ୍ଷର ସଂପୃକ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମିଥ୍ୟା ବୟାନ ଦେଇଛନ୍ତି ବୋଲି କଂଗ୍ରେସ କହିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ ଠିକା କାହିଁକି ମିଳିଲା ନାହିଁ ବୋଲି ଦଳ ପ୍ରଶ୍ନ କରିଛି।

ତେବେ ବିରୋଧୀଙ୍କ ମନ୍ତବ୍ୟକୁ ବିଭ୍ରାନ୍ତିକର କହିଛି କଂଗ୍ରେସ

 

ରାଫେଲ ବିମାନକୁ ନେଇ ସାରା ବିରୋଧୀ କଂଗ୍ରେସ ଯେଉଁ ଦୁର୍ନିତି ଅଭିଯୋଗ କରିଛି । ତାହା ଉପରେ ମତ ରଖିଛି ଶାଲକ ଦଳ ଅର୍ଥାକ ବିଜେପି । ବିଜେପି ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ସାରା ଦେଶର ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ବିଭ୍ରାନ୍ତି କରୁଛି । ଏହାସହ ରାଫେଲ ଚୁକ୍ତି ମାମଲାରେ କଂଗ୍ରେସ ଲଗାତାର ଦେଶବାସୀଙ୍କୁ ବିଭ୍ରାନ୍ତ କରି ରାଜନୈତିକ ଫାଇଦା ନେବାକୁ ଚାହୁଁଛି । ୟୁପିଏ ସରକାର ଅମଳରେ ହୋଇଥିବା ପୁରୁଣା ପିଢ଼ିର ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ଏନଡିଏ ସରକାର ସଂପୂର୍ଣ୍ଣ ବାତିଲ କରି ନୂଆ ଚୁକ୍ତି ସଂପାଦନ କରିଛନ୍ତି। ଆଧୁନିକ ପର୍ୟ୍ୟାୟର ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିରେ ଶତ ପ୍ରତିଶତ ସ୍ୱଚ୍ଛତା ରହିଥିବା ବେଳେ ଉଭୟ ରାଷ୍ଟ୍ର ସଂପୂର୍ଣ୍ଣ ନିଷ୍ଠାର ସହ ଏହି ଚୁକ୍ତି ସଂପାଦନ କରିଛନ୍ତି। ତେବେ ଦେଶର ସାମରିକ ଶକ୍ତି ବୃଦ୍ଧି ଘଟାଇବା ଏବଂ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଦେଶକୁ ସ୍ୱାବଲମ୍ବୀ କରିବା ପାଇଁ କେବେ ବି ଉଦ୍ୟମ କରିନଥିବା କଂଗ୍ରେସ ଏବେ ରାଫେଲ ଚୁକ୍ତି ନେଇ ଦେଶବାସୀଙ୍କୁ ଭିତ୍ତିହୀନ ଓ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରୁଛି ବୋଲି ବିଜେପି କହିଛି। କଂଗ୍ରେସର ଅଭିଯୋଗକୁ ଏନଡିଏ ସରକାର ସଂପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିଛନ୍ତି ଏବଂ ଫ୍ରାନ୍ସ ସରକାର ମଧ୍ୟ ରାଫେଲ ଚୁକ୍ତି ନେଇ ତାଙ୍କ ନୀତି ସ୍ପଷ୍ଟ କରିଥିବାରୁ କଂଗ୍ରେସ ସଂପୂର୍ଣ୍ଣ ପଦାରେ ପଡ଼ିଯାଇଛି ବୋଲି ବିଜେପି ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ପ୍ରତ୍ୟେକ ସମୟରେ ରାଫେଲ ବିମାନକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ତେବେ ପ୍ରକୃତରେ କାହା ସମୟରେ ଦୁର୍ନୀତି ହୋଇଥିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଉଭୟ ଉଭୟଙ୍କ ଉପରେ ଦୋଷାରୋପ କରୁଛନ୍ତି ।