ରାଫେଲକୁ ବିମାନକୁ ନେଇ ବାୟୁସେନା ମୁଖ୍ୟଙ୍କ ପ୍ରତିକ୍ରିୟା ! ସରକାରଙ୍କ ସାହସୀ ପଦକ୍ଷେପ, ଭାରତୀୟ ଉପମହାଦ୍ୱୀପ ପାଇଁ ଗୁରୁତ୍ୱପୂର୍ଣ୍ଣ ରାଫେଲ ଲଢୁଆ ବିମାନ ।

27

କନକ ବ୍ୟୁରୋ : ରାଫେଲ ଲଢ଼ୁଆ ବିମାନକୁ ନେଇ ବିବାଦ ଚାଲିଥିବା ବେଳେ ରାଫେଲ ଚୁକ୍ତି ସରକାରଙ୍କ ଏକ ସାହସିକ ପଦକ୍ଷେପ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବିଏସ ଧନୋଆ ଏହି ଚୁକ୍ତିକୁ ଭଲ ପ୍ୟାକେଜ ବୋଲି କହିଛନ୍ତି । ଏହି ବିମାନ ଉପମହାଦ୍ୱୀପ ପାଇଁ ଗୁରୁତ୍ୱପପୂର୍ଣ୍ଣ ହୋଇଥିବା ସାମ୍ବାଦିକଙ୍କୁ କହିଛନ୍ତି ଧନୋଆ ।

ଏହା ସହ ଡସାଲ୍ଟ ଆଭିଏସନ ଏହି ଚୁକ୍ତିକୁ ବାଛିଥିଲା ଏବଂ ଏଥିରେ ବାୟୁସେନାର କୌଣସି ଭୂମିକା ନଥିବା ସେ କହିଛନ୍ତିି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଯେଉଁ ପ୍ରକଳ୍ପ ହାଲକୁ ପ୍ରଥମେ ଦିଆଯାଇଥିଲା ତାହାର ଡ଼େଲିଭେରୀ ସିଡ଼୍ୟୁଲରେ ବିଲମ୍ବ ହେଉଥିଲା । ସୁଖୋଇ-୩୦ଡ଼େଲିଭେରୀରେ ୩ ବର୍ଷ ଲାଗି ଯାଇଥିଲା । ଯାହା ଧାର୍ଯ୍ୟ ସମୟ ସୀମାରୁ ଢ଼େର ଅଧିକ ।