‘ରାଫେଲ ଡିଲ’କୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଝଟକା । ଲିକ୍ ହୋଇଥିବା ଦସ୍ତାବିଜ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ପୁଣି ଥରେ ଶୁଣାଣି ପାଇଁ ହେଲେ ରାଜି;କେନ୍ଦ୍ର ସରକାରଙ୍କୁ ଦଲିଲକୁ କଲେ ଖାରଜ

927

କନକ ବ୍ୟୁରୋ: ରାଫେଲ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଆଜି ବଡ ଝଟକା ଲାଗିଛି । ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଦଲିଲକୁ ବି ଖାରଜ କରିଦେଇଛନ୍ତି । ଲିକ ହୋଇଥିବା ତଥ୍ୟକୁ ବୈଧ ବୋଲି କହି ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ ।

image courtesy – www.republicworld.com

ସୁପ୍ରିମକୋର୍ଟଙ୍କ ଅନୁସାରେ, ଶୁଣାଣିବେଳେ ଲିକ ତଥ୍ୟ ଶୁଣାଣିର ଅଂଶ ହେବ । ରାଫେଲ ଡିଲକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି କେନ୍ଦ୍ର ସରକାର । ଏପିରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ଆକ୍ରମଣ କରୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଯଦି ସୁପ୍ରିମକୋର୍ଟ ମାମଲାର ପୁନଃବିଚାର ପାଇଁ ରାଜି ହୁଅନ୍ତି ତାହାହେଲେ ବିଜେପିର ମୁସ୍କିଲ ବଢିପାରେ ।

୧୪ ମାର୍ଚରେ ସୁପ୍ରିମକୋର୍ଟ ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ । ୧୪ ଡିସେମ୍ବରରେ ରାଫେଲ ସମ୍ପର୍କିତ ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।