ଆପାଚେ ପରେ ରାଫେଲ୍ । ଭାରତୀୟ ବାୟୁସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଲଢୁଆ ବିମାନ ରାଫେଲ୍ । ବଢିବ ବାୟୁସେନାର ଶକ୍ତି 

ବିଧ୍ୱଂସକାରୀ ବିମାନ ରାଫେଲ ।

1,091
ଶତ୍ରୁ ପକ୍ଷକୁ ଲାଗିବ ଆଉ ଏକ ଝଟକା । ଆପାଚେ ପରେ ଆସିବ ରାଫେଲ୍ । ଭାରତ ବାୟୁସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଲଢୁଆ ତଥା ବିଧ୍ୱଂସକାରୀ ବିମାନ ରାଫେଲ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜେ ଏହି ବିମାନକୁ ଆଣିବାକୁ ଯାଉଛନ୍ତି ଫ୍ରାନ୍ସ । ଆସନ୍ତା ୨୦ ତାରିଖରେ ରାଫେଲକୁ ଭାରତ ଅଣାଯାଇଥାନ୍ତା । ତେବେ ଏହାର ସମୟସୀମାକୁ ଆଉ କିଛି ଦିନ ପାଇଁ ଘୁଞ୍ଚା ଦିଆଯାଇଛି । ସେପ୍ଟେମ୍ବର ୨୦ ତାରିଖ ବଦଳରେ ଏହି ବିମାନ ଅକ୍ଟୋବର ୮ତାରିଖରେ ଭାରତ ଆସିବ ।
ଗତ କିଛି ଦିନ ପୂର୍ବରୁ ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି ଆପାଚେ ହେଲିକପ୍ଟର । ଆପାଚେ ହେଲିକପ୍ଟର ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ବଢିଛି ବାୟୁସେନାର ଶକ୍ତି । ଆଉ ଏବେ ଶତ୍ରୁ ଶିବିରକୁ ଧ୍ୱଂସ କରିବା ପାଇଁ ଭାରତକୁ ଆସୁଛି ରାଫେଲ୍ ।
ରାଫେଲକୁ ନେଇ ପୂର୍ବରୁ ଅନେକ ବିବାଦ ସାମ୍ନାକୁ ଆସିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଡିଲରେ ଘୋଟାଲା ହୋଇଥିବା ନେଇ ମୋଦିଙ୍କୁ ଟାର୍ଗେଟ କରିଆସିଥିଲେ । ତେବେ ଅନେକ ବାଦ ବିବାଦ ମଧ୍ୟରେ ଏବେ ଭାରତକୁ ଆସିବାକୁ ଯାଉଛି ଲଢୁଆ ବିମାନ ରାଫେଲ୍ ।
ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି । ତେଣୁ ଏହି ଦିନକୁ ଐତିହାସିକ କରିବା ପାଇଁ ଅକ୍ଟୋବର ୮ ତାରିଖ ଦିନ ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।