ରାଫେଲ୍ ମାମଲାର ନୂଆମୋଡ଼ ! ସିଏଜି ଓ ଆଟର୍ଣ୍ଣି ଜେନେରାଲଙ୍କୁ ପିଏସି ତଲବ୍ କରାଯିବା ନେଇ ସୂଚନା ଦେଲା କଂଗ୍ରେସ ।

213

କନକ ବ୍ୟୁରୋ : ରାଫେଲ୍ ମାମଲାରେ ନୂଆ ମୋଡ଼  । ସର୍ବୋଚ୍ଚ ଅଦାଲତଙ୍କ ରାୟରେ ସିଏଜି ଓ ପିଏସିର ଉଲ୍ଲେଖଥିବା ୨୫ ନମ୍ବର ପାରାଗ୍ରାଫରେ ସଂଶୋଧନପାଇଁ ସୁପ୍ରିମକୋର୍ଟଙ୍କୁ ଆବେଦନ କଲେ କେନ୍ଦ୍ର ସରକାର  । ପୂର୍ବରୁ ରାଫେଲ୍ ରାୟ ଆସିବା ପରେ ରାହୁଲ ଗାନ୍ଧୀ ଉଠାଇଥିଲେ ସବୁଠାରୁ ବଡ଼ ପ୍ରଶ୍ନ  । ରାଫେଲ ମୂଲ୍ୟ ସମ୍ପର୍କିତ କୌଣସି ତଥ୍ୟ ପବ୍ଲିକ୍ ଆକାଉଁଟ୍ସ କମିଟି ବା ପିଏସିକୁ ଆସିନଥିବା ରାହୁଲ କହିଥିଲେ  । ଏନେଇ ସୁପ୍ରିମ କୋର୍ଟ ରାୟରେ କହିଥିଲେ, ରାଫେଲ ମୂଲ୍ୟ ନେଇ କେନ୍ଦ୍ର ସରକାର ସଂସଦରେ କିଛି ତଥ୍ୟ ଦେଇନଥିଲେ ମଧ୍ୟ ସିଏଜି ସାମ୍ନାରେ ରଖିଛନ୍ତି ଓ ସିଏଜି ରିପୋର୍ଟକୁ ପିଏସିରେ ସମୀକ୍ଷା କରାଯାଇଛି  ।

ତେବେ ଏନେଇ କୌଣସି ରିପୋର୍ଟ ଆସିନଥିବା ପିଏସି ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ  । ଏହାକୁ ନେଇ ରାଜନୀତି ବଢ଼ିବା ପରେ ରାଫେଲ୍ ମାମଲାର ଯାଂଚ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା କରାଯାଉ ବୋଲି କଂଗ୍ରେସ ଦାବି କରିଛି  । ଏନେଇ ସିଏଜି ତଥା ଆଟର୍ଣ୍ଣି ଜେନେରାଲ୍ଙ୍କୁ ତଲବ କରାଯିବାର ପିଏସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି  ।

ରାଫେଲ୍ ମାମଲାରେ ନୂଆ ମୋଡ଼ । ସିଏଜିକୁ ତଲବ୍ କରିବ ପବ୍ଲିକ୍ ଆକାଉଁଟ୍ସ କମିଟି । ଗତକାଲି ରାଫେଲ୍ ଡିଲ୍ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେବା ପରେ ଆଜି ଆସିଛି ନୂଆ ମୋଡ଼  । ଏନେଇ କଂଟ୍ରୋଲର୍ ଆଣ୍ଡ ଅଡିଟର୍ ଜେନେରାଲ୍ ବା ସିଏଜିକୁ ପବ୍ଲିକ୍ ଆକାଉଁଟ୍ସ କମିଟି ବା ପିଏସି ଜବାବ୍ ତଲବ୍ କରିବ ବୋଲି ପିଏସି ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସୂଚନା ଦେଇଛନ୍ତି  । ସେ କହିଛନ୍ତି, ରାଫେଲ୍ ଡିଲ୍ ସମ୍ପର୍କିତ ସିଏଜି ରିପୋର୍ଟ ପିଏସି ସମ୍ମୁଖରେ ରଖାଯାଇଥିବା ସରକାର ସୁପ୍ରିମକୋର୍ଟଙ୍କୁ ମିଛ ତଥ୍ୟ ଦେଇଛନ୍ତି  । ଏହି ମାମଲାର ଯାଂଚ ଜେପିସି ଦ୍ୱାରା କରାଇବାକୁ ଖଡ଼ଗେ ଦାବି କରିବା ସହ ଆଟର୍ଣ୍ଣି ଜେନେରାଲଙ୍କୁ ତଲବ କରାଯିବା ସେ କହିଛନ୍ତି  ।

ଏବେ ଦେଖନ୍ତୁ ରାଫେଲ୍ ପ୍ରସଙ୍ଗରେ କ’ଣ କହୁଛି କଂଗ୍ରେସ ?

– କଂଗ୍ରେସ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସମ୍ମାନ କରୁଛି କିନ୍ତୁ ସୁପ୍ରିମକୋର୍ଟ ତଦନ୍ତକାରୀ ସଂସ୍ଥା ନୁହନ୍ତି ଓ କେନ୍ଦ୍ର ସରକାର ଏ ସମ୍ପର୍କିତ ସିଏଜି ରିପୋର୍ଟ ପିଏସି ସାମ୍ନାରେ ରଖିନାହାନ୍ତି  ।

– ଏ ସମ୍ପର୍କିତ ତଥ୍ୟ ପବ୍ଲିକ୍ ଡୋମେନ୍ ଅର୍ଥାତ୍ ସର୍ବସମ୍ମୁଖରେ ରଖାଯାଇଥିବା ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର କହିଥିବା ବେଳେ କୌଣସି ରିପୋର୍ଟ ପବ୍ଲିକ୍ ଡୋମେନରେ ନାହିଁ  ।

– ରାଫେଲ୍ ଡିଲ୍ ମାମଲାର ଯାଂଚ ଯୁ୍ଗ୍ମ ସଂସଦୀୟ କମିଟି ଦ୍ୱାରା କରାଯାଉ  ।

ଗତକାଲି ରାଫେଲ୍ ବିମାନ କିଣାବିକାର ସମସ୍ତ ପ୍ରକ୍ରିୟା ଠିକ ଅଛି କହି ରାଫେଲ୍ ସମ୍ପର୍କିତ ସମସ୍ତ ଆବେଦନକୁ ଖାରଜ୍ କରିଥିଲେ ସର୍ବୋଚ୍ଚ ଅଦାଲତ୍  । ଏହାପରେ କଂଗ୍ରେସକୁ ଘେରିବାକୁ ବିଜେପି ପୁଣି ଏକ ଅସ୍ତ୍ର ପାଇଥିଲା  । ଏବେ ଏହି କାହାଣୀରେ ପିଏସି ମୋଡ଼ ପ୍ରସଙ୍ଗକୁ ଭିନ୍ନ ଦିଗଆଡ଼କୁ ନେଇଛି  ।