ଫ୍ରାନ୍ସରେ ରାଫେଲର ଲାଇଭ୍ ଟେଷ୍ଟ । ଉଡାଣ ଭରିଲେ ବାୟୁସେନା ଅଧିକାରୀ । ରାଫେଲ ଆସିଲେ ବଢିବ ସେନାର ଶକ୍ତି, ସାବାଡ ହେବେ ଶତ୍ରୁପକ୍ଷ ।

175

କନକ ବ୍ୟୁରୋ : ଫ୍ରାନ୍ସ ଓ ଭାରତ ମଧ୍ୟରେ ଜାରି ରହିଛି ଦ୍ୱିପାକ୍ଷିକ ସାମରିକ ଅଭ୍ୟାସ । ଇଣ୍ଡୋ-ଫ୍ରେଂଚ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି ଭାରତର ଶହେରୁ ଅଧିକ ବାୟୁସେନା ଅଧିକାରୀ । ଫ୍ରାନ୍ସରେ ରାଫେଲ ବିମାନ ଉଡାଇଛନ୍ତି ଭାରତୀୟ ବାୟୁସେନାର ଦକ୍ଷ ପାଇଲଟ୍ । ରାଫେଲ ଉଡାଇବା ପରେ ଏୟାର ମାର୍ଶଲ ଆରଏସକେ ଭଦୋରିଆ କହିଛନ୍ତି, ରାଫେଲ ବିମାନ ଭାରତ ପାଇଁ ସାମରିକ ରଣନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହେବା ପରେ ସୁଖୋଇ ଓ ରାଫେଲ ଯୋଡି ଶତ୍ରୁପକ୍ଷଙ୍କୁ ସାବାଡ କରିପାରିବେ । ଏହାଛଡା ସେ କହିଛନ୍ତି ସୁଖୋଇ ସହ ରାଫେଲ ଅପରେଟ କରାଗଲେ ପାକିସ୍ତାନ ୨୭ ଫେବୃୟାରୀ ଭଳି ଅନୁପ୍ରବେଶ କରିିବାକୁ ସାହାସ ଜୁଟାଇ ପାରିବ ନାହିଁ ।

ଉଚ୍ଚ ଆକାଶରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଭାରତୀୟ ବାୟୁସେନାର ସୁଖୋଇ ଓ ଫ୍ରାନ୍ସ ବାୟୁସେନାର ରାଫେଲ ଯୁଦ୍ଧବିମାନ । ଦୁଇ ଦେଶର ବାୟୁସେନାର ଦକ୍ଷ ପାଇଲଟମାନେ ରାଫେଲ୍ ଓ ସୁଖୋଇ ଯୁଦ୍ଧ ବିମାନରେ ହଜାର ହଜାର ଫୁଟ୍ ଉଚ୍ଚ ଆକାଶରେ କରୁଛନ୍ତି ମିଳିତ ଯୁଦ୍ଧ୍ୟାଭ୍ୟାସ । ଏପରିକି ଭାରତୀୟ ବାୟୁସେନାର ଏୟାର-ମାର୍ଶାଲ ଆରକେଏସ୍ ଭଦୋରିଆ ନିଜେ ରାଫେଲ ବିମାନ ଉଡାଇ ଏହାର କ୍ଷମତା ପରଖିଛନ୍ତି । ଏହି ଇଣ୍ଡୋ-ଫ୍ରେଂଚ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି ଭାରତୀୟ ବାୟୁସେନାର ମିରାଜ-୨୦୦୦, ସୁଖୋଇ-୩୦-ଏମକେଆଇ, ଆଲଫା ଜେଟ୍ ଭଳି ଲଢ଼ୁଆ ବିମାନ । ଏଥିରେ ଯୁଦ୍ଧ ସମୟରେ କିଭଳି ଯୁଦ୍ଧବିମାନ ଗୁଡିକ ମଧ୍ୟରେ ତାଳମେଳ ରଖାଯାଇପାରିବ ସେ ନେଇ ଅଭ୍ୟାସ କରିଛନ୍ତି ଦକ୍ଷ ପାଇଲଟ୍ । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ମିଳିତ ଯୁଦ୍ଧାଭ୍ୟାସକୁ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ସମରାଭ୍ୟାସ ବୋଲି କୁହାଯାଉଛି ।

ବଢ଼ିବ ସେନାର ଶକ୍ତିି । ସାବାଡ ହେବେ ଶତ୍ରୁପକ୍ଷ । ଫ୍ରାନ୍ସର ମାଂଟ ଦେ ମର୍ଶାନ ଏୟାରବେସରେ ଚାଲିଥିବା ଏହି ସମରାଭ୍ୟାସ ଶତ୍ରୁ ରାଷ୍ଟ୍ରମାନଙ୍କ ହୋସ୍ ଉଡାଇଦେବ । ବିଶେଷକରି ପାକିସ୍ତାନ ଓ ଚୀନକୁ ଭାରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିବା ପୂର୍ବରୁ ଅନେକ ବାର ଚିନ୍ତା କରିବାକୁ ବାଧ୍ୟ କରିବ । ତେଣୁ ସୁଖୋଇ ସହ ରାଫେଲ ଯୁଦ୍ଧ ବିମାନକୁ ସାମିଲ କରିବା ପାଇଁ ଅନାଇ ବସିଛି ଭାରତୀୟ ବାୟୁସେନା । କୁହାଯାଉଛି ସେପ୍ଟେମ୍ବର ମାସରେ ଭାରତକୁ ଆସିବ ପ୍ରଥମ ରାଫେଲ ।

ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ଯେତେବେଳେ ବାଲାକୋଟରେ ଆକ୍ରମଣ କରିଥିଲା ସେତେବେଳେ ରାଫେଲର ଅଭାବ ଅନୁଭୂତ ହୋଇଥିଲା । ତକ୍ରାଳୀନ ବାୟୁସେନା ମୁଖ୍ୟ ନିଜେ କହିଥିଲେ ଆମ ପାଖରେ ରାଫେଲ ଯୁଦ୍ଧ ବିମାନ ଥିଲେ ତାହାର ଫଳାଫଳ ଟିକେ ଅଲଗା ହୋଇଥାନ୍ତା । ତେବେ ଆସନ୍ତୁ ଦେଖିବା କଣ ରହିଛି ରାଫେଲର କ୍ଷମତା, କାହିଁକି ଏହା ଏତେ ଶକ୍ତିଶାଳୀ ।

() ପାକିସ୍ତାନ ବ୍ୟବହାର କରୁଥିବା ଏଫ-୧୬ର ଭାର ବହନ କ୍ଷମତାଠାରୁ ରାଫେଲର ଭାର ବହନ କ୍ଷମତା ଅଧିକ ।
() ଗୋଟିଏ ରାଫେଲର କ୍ଷମତା ୩ଟି ଏଫ-୧୬ ସହ ସମାନ
() ରାଫେଲ ଶତ୍ରୁପକ୍ଷର ରାଡାରରେ ଧରାପଡିବ ନାହିଁ ।
() ରାଫେଲ ୫୫ ଫୁଟ ଉଚ୍ଚରେ ଉଡାଣ କରିବ ସହ ଟାର୍ଗେଟକୁ ସଠିକ୍ ଭାବେ ହିଟ୍ କରିପାରିବ ।
() ରାଫେଲ ଲେଜର ଗାଇଡେଡ୍ ବୋମା ଓ ନ୍ୟୁକ୍ଲିୟର ବୋମା ମାଡ କରିବାରେ ସକ୍ଷମ ।

ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେଲେ ପାକିସ୍ତାନ ଓ ଚୀନକୁ ଆକାଶରୁ ମାତ ଦେବାକୁ ଆଉ ପାଦେ ଆଗେଇବ ଭାରତ ।