ଜାରି ହେଲା ‘ରଇସ’ର ମେକିଂ ଭିଡିଓ ! ସୁଟିଂ ସମୟରେ ନିଜ ଅନୁଭୁତିକୁ ବାଂଟିବା ସହ ମନ କଥା କହିଲେ ସନ୍ନି

74

ଜାନୁଆରୀ ୨୫ରେ ପରଦାକୁ ଆସିଥିଲା ବଲିଉଡ୍ ସିନେମା ‘ରଇସ’ । କିଙ୍ଗ ଖାନ ଓ ପାକିସ୍ତାନୀ ନାୟିକାଙ୍କ ମନଛୁଆଁ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ କରିପାରିଛି । ତେବେ ଏହି ସିନେମାଟି ‘କାବିଲ’କୁ ଟକ୍କର ଦେବା ସହ ବକ୍ସ ଅଫିସରରେ ବେଶ ଭଲ ଟଙ୍କା ରୋଜଗାର ମଧ୍ୟ କରିପାରିଛି । ଏଥିସହ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି ସନ୍ନି ଲିଓନିଙ୍କ ଆଇଟମ ଗୀତ ‘ଲୈଲା’

ଏବେ ଏହି ହିଟ ଗୀତର ମେକିଂ ଭିଡିଓକୁ ଜାରି କରିିଛନ୍ତି ପ୍ରଯୋଜନା ସଂସ୍ଥା । ଏହି ମେକିଂ ଭିଡିଓରେ ସୁଟିଂ ସମୟରେ କିଛି ଖାସ ଦୃଶ୍ୟକୁ ସ୍ଥାନ ଦିଆଯିବା ସହ କଳାକାର ମାନେ ଅନୁଭୁତି ବାଂଟିଛନ୍ତି । ଆଉ ଏହି ଅନୁଭୁତିକୁ ବାଂଟିବା ସହ ସନ୍ନି କହିଛନ୍ତି କି ଶାହାରୁଖଙ୍କ ସହ ଅଭିନୟ କରିବାର ମୌକା ତାଙ୍କ ପାଇଁ କୌଣସି ସ୍ୱପ୍ନଠୁ କିଛି କମ ନଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-