ଉତ୍ତରପ୍ରଦେଶ ରାଏବରେଲୀରେ ବଡ ଟ୍ରେନ ଦୁର୍ଘଟଣା । ରେଳ ଟ୍ରାକରୁ ଖସିଲା ‘ନ୍ୟୁ ଫରକ୍କା ଏକ୍ସପ୍ରେସ’ର ୫ଟି ବଗି । ୬ମୃତ,୨୦ରୁ ଅଧିକ ଆହତ
କନକ ବ୍ୟୁରୋ: ଆଜି ଭୋରରୁ ଉତ୍ତରପ୍ରଦେଶ ଅନ୍ତର୍ଗତ ରାଏବରେଲୀ ନିକଟରେ ‘ନ୍ୟୁ ଫରକ୍କା ଏକ୍ସପ୍ରେସର’ର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରତ୍ୟୁଷରେ ହରଚାନ୍ଦପୁର ରେଳବାଇ ଷ୍ଟେସନ୍ ଠାରୁ ପ୍ରାୟ ୫୦ ମିଟର ଦୂରରେ ଟ୍ରେନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଖବର ଆସିଛି । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତମାନଙ୍କ ମଧ୍ୟରେ ଜଣେ ଶିଶୁ ଥିବା କୁହାଯାଉଛି। ଏଥିରେ ଆହୁରି କେତେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ନୂଆଦିଲ୍ଲୀ-ମାଲ୍ଦା ‘‘ନ୍ୟୁ ଫରକ୍କା ଏକ୍ସପ୍ରେସର’କୁ (ଟ୍ରେନ୍ ନମ୍ବର ୧୪୦୦୩) ଗୋଟାଏ ଭୁଲ୍ ଟ୍ରାକକୁ ଛଡ଼ା ଯିବା ପରେ ଇଞ୍ଜିନ୍ ସହ ୫ଟିବଗି ଲାଇନ୍ରୁ ବାହାରି ଯିବା କାରଣରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସ୍ଥାନୀୟ ପ୍ରଶାସନ, ବାରାଣସୀ ଓ ଲକ୍ଷ୍ନୌର ଏନଆରଏଫ୍ ଟିମ୍ ଉଦ୍ଧାର କାର୍ୟ୍ୟ ଚଳାଇଥିବା ବେଳେ ଶୀର୍ଷସ୍ତରୀୟ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିର୍ଦେଶରେ ରେଳବାଇ ବୋର୍ଡ ଚେୟାର୍ମ୍ୟାନ୍ ଅଶ୍ୱିନୀ ଲୋହାନି ମଧ୍ୟ ଘଟନାସ୍ଥଳକୁ ଯାଇଛନ୍ତି।