ରେଡିଓ ଫେୟାର- ୨୦୧୭ : ଷ୍ଟଲରେ ସ୍ଥାନ ପାଇଲା ୨ଶହରୁ ଅଧିକ ପୁରୁଣା ରେଡିଓ

31

କନକ ବ୍ୟୁରୋ : ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟରିଚ ପକ୍ଷରୁ ରେଡିଓ ଫେୟାର-୨୦୧୭ ଉଦଘାଟିତ ହୋଇଛି । ୟୁନିଟ ୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଏହି ପ୍ରଦର୍ଶନୀରେ ଦେଶବିଦେଶରେ ତିଆରି ହୋଇଥିବା ୨୦୦୦ ରୁ ଉର୍ଦ୍ଧ ପୁରୁଣା ରେଡିଓ ସେଟ ଷ୍ଟଲରେ ସ୍ଥାନ ପାଇଛି । ବିଶେଷକରି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଦୁଇଟି ଅନୁଷ୍ଠାନର ହୋମରେଡିଓର ବ୍ୟବହାର ଏବଂ ଗ୍ୟାନ କୈାଷଳ ଉପରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ।

ପ୍ରଦର୍ଶନୀରେ ବାଲୁକାଶିଳ୍ପୀ ମାନସ ସାହୁଙ୍କ ରେଡିଓ ଭିତ୍ତିକ ବାଲୁକାକଳା ଦର୍ଶକଙ୍କୁ ବେଶ ଆକୃଷ୍ଠ କରିପାରିଛି । ଦେଶର ପ୍ରଥମ ରେଡିଓ ଫେୟାର ଭାବେ ଭୁବନେଶ୍ୱରରେ ଦୀର୍ଘ ୩ ବର୍ଷ ହେଲା ଆୟୋଜିତ ହୋଇ ଆସୁଛି । ମୁଖ୍ୟ ଅତିଥି ଭାବେ ରେଡିଓ ଉପସ୍ଥାପକ ତଥା ଅଭିନେତା ଅନୁ କପୁର ଏହି ଫେୟାରକୁ ଉଦଘାଟନ କରିଥିଲେ ।