ଆଜି ଗୃହିଣୀ ଦିବସ : ରେଡିଓ ଚକଲେଟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଡାଏରି ଅଫ୍ ଏ ହାଉସ ୱାଇଫ୍’

47

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଗୃହିଣୀ ଦିବସ । ପୁରୁଷ ପ୍ରାଧାନ୍ୟ ସମାଜରେ ଏମିତି ଏକ ଦିନିକିଆ ଉତ୍ସବକୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ବି ଉଠୁଥିବ । କାରଣ ପରିବାରର ମୁଖିଆ ଅର୍ଥାତ ବାପାଙ୍କ ରାଜ୍ ଚାଲେ ଘରେ । କାରଣ ସେ ରୋଜଗାର କରନ୍ତି । ତାଙ୍କରି ଉପାର୍ଜନରେ ଘର ଚଳେ । ହେଲେ କେବେ ଭାବିଛନ୍ତି ଗୃହିଣୀଙ୍କ କଥା ,ହୁଏତ ସେ ବାହାରେ ବୁଲି ରୋଜଗାର କରନ୍ତି ନାହିଁ । ତେବେ ସେ କରୁଥିବା ଯାବତୀୟ ଘର କାମର ମୂଲ୍ୟ କଣ କିଛି ନାହିଁ ।

ଗର୍ଭକଷ୍ଟ ସହିବା ଠାରୁ ଆରମ୍ଭ କରି ପିଲାଙ୍କୁ ବଡ କରିବା, ରୋଷେଇ ଠାରୁ ଆରମ୍ଭ କରି ଘର ସମ୍ଭାଳିବା । ବିନା ଗୃହିଣୀରେ ଦିନଟିଏ ପରିବାର ଚାଲିବା ଅସମ୍ଭବ ହୋଇପଡେ । ହେଲେ ରୋଜଗାର ନଥିବାରୁ ଗୃହିଣୀଙ୍କୁ ମିଳେନି ଗୃହକର୍ତାଙ୍କ ଭଳି ସମ୍ମାନ । ତେବେ ଏ ପରମ୍ପରା ଧୀରେଧୀରେ ଶେଷ ହେବାକୁ ଯାଉଛି । ମହିଳାମାନେ ଏକାସଙ୍ଗରେ ରୋଜଗାର କରିବା ସହ ଘର ସମ୍ଭାଳୁଛନ୍ତି ।

ଗୃହିଣୀଙ୍କ କାହାଣୀକୁ ନେଇ ଆଜିଠୁ ରେଡିଓ ଚକଲେଟରେ ଆରମ୍ଭ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଡାଏରି ଅଫ୍ ଏ ହାଉସ ୱାଇଫ୍’। ଯାହା ପ୍ରତି ସୋମବାରରୁ ଶୁକ୍ରବାର ଦିନ ୧୨ଟାରେ ପ୍ରସାରିତ ହେବ ।