“ଭୟ’ ଦୀପାବଳି ଅବସରରେ ରେଡିଓ ଚକଲେଟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

45

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଘନ ଅନ୍ଧାର ରାତିରେ ପାଉଁଜିର ରୁଣୁଝୁଣୁ ଶବ୍ଦ । ଲାଗେ ଯେମିତି କେହି ତୁମର ଅନୁସରଣ କରୁଛି । କିନ୍ତୁ ହଠାତ୍ ବୁଲି ଦେଖିଲା ବେଳକୁ ନିସ୍ତବ୍ଧ ରାତିର ଘନ ଅନ୍ଧକାର ଛଡା ଆଉ କିଛି ନୁହଁ । ବୁଲା କୁକୁରଙ୍କ ବିକଟାଳ ଶବ୍ଦ ରାତିର ବୟସ ବଢାଇବା ସଙ୍ଗେ ସଙ୍ଗେ ହୃଦସ୍ପନ୍ଦନ ମଧ୍ୟ ବଢାଇଦିଏ ।

ଭୂତ ନାଁ ଶୁଣିଲେ ଦେହ ଶୀତେଇ ଦିଏ , ରୁମ ଟାଙ୍କୁରି ଉଠେ ତଥାପି ଭୂତ କଥା ଣୁଣିବାକୁ ମନ ଭିତରେ ଥାଏ ଏକ ଅଜଣା ଆକର୍ଷଣ । ରେଡିଓ ଚକଲେଟ ଆସନ୍ତା ଦୀପାବଳିରୁ ଆରମ୍ଭ କରିବାକୁ ଯାଉଛି ଏକ ବିଶେଷ କାର୍ଯ୍ୟକ୍ରମ “ଭୟ’

ଏହି ଅବସରରେ ରେଡିଓ ଚକଲେଟ ଭୂତ କଥା ଶୁଣିବା ପାଇଁ ଆୟୋଜନ କରୁଛି ଏକ ବିଶେଷ ଆସର । ଏକ ଭିନ୍ନ ପରିବେଶରେ ଶୁଣିବା କିଛି ଭୂତ କଥା ।