ରିଲିଜ୍ ହେଲା ରେଡିଓ ଚକଲେଟ୍ ର ନୂଆ ରୋମାଂଟିକ ଗୀତ ‘ମୋ ଆଖି ଆଇନା’ : ରେଡିଓ ଚକଲେଟ୍ ଆପରେ ଶୁଣିପାରିବେ ଏହି ଗୀତ

64

ଓଡ଼଼ିଶାର ଲୋକପ୍ରିୟ ଏଫଏମ୍ ରେଡିଓ ଚକଲେଟରେ ରିଲିଜ ହୋଇଯାଇଛି ନୂଆ ରୋମାଂଟିକ ଗୀତ ‘ମୋ ଆଖି ଆଇନା’ । ମନକୁ ଛୁଇଁଲା ପରି ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ କୁମାର ବାପି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାର୍ତ୍ତିକ କୁମାର । ଗୁରୁ ଶତପଥୀ ସଂଗୀତ ରଚନା କରିଥିବା ବେଳେ ସଙ୍ଗୀତ ପରିଚାଳନାର ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଫୁଲ୍ଲ ବେହେରା ।

ମିଲନ୍ ଷ୍ଟୁଡିଓ ଏବଂ ଏମଆରଆର୍ ଷ୍ଟୁଡିଓରେ ଗୀତଟି ରେକଡିଙ୍ଗ ଓ ମିକ୍ସିଙ୍ଗ ହୋଇଛି । ରେଡିଓ ଚକଲେଟରେ ଆଜି ସକାଳ ୧୦ଟାରୁ ଆରଜେ କୋମଲଙ୍କ ‘ସକାଳର ପହିଲି ଗାଡ଼ିରେ କାର୍ଯ୍ୟକ୍ରମ’ରୁ ଏହି ଗୀତଟି ଶ୍ରୋତାମାନେ ଶୁଣିପାରିଛନ୍ତି । ରେଡିଓ ଚକଲେଟର ୟୁଟ୍ୟୁବ ପେଜରେ ଏହାର ଷ୍ଟୁଡିଓ ଭର୍ସନ ଉପଲବ୍ଧ । ଏହା ସହ ଶ୍ରୋତାମାନେ ରେଡିଓ ଚକଲେଟ୍ ଆପରେ ମଧ୍ୟ ଗୀତଟି ଶୁଣିପାରିବେ । ରେଡିଓ ଚକଲେଟ ଆପକୁ ଗୁଗଲ ପ୍ଲେ-ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ ।