ଭୁବନେଶ୍ୱର : ଲୋକପ୍ରିୟ ଏଫଏମ୍ ରେଡିଓ ଚକଲେଟକୁ ପୁରିଲା ୧୦ବର୍ଷ

34

ରାଜ୍ୟର ଲୋକପ୍ରିୟ ଏଫଏମ୍ ରେଡିଓ ଚକଲେଟକୁ ଆଜି ୧୦ ବର୍ଷ ପୁରିଛି । ରାଜ୍ୟର ଘରେ ଘରେ ସଫଳତାର ସହ ପହଁଚିପାରିଛି ରେଡିଓ ଚକଲେଟ୍ । ୧୦ ବର୍ଷ ତଳେ ରାଜ୍ୟର ପ୍ରଥମ ପ୍ରାଇଭେଟ୍ ରେଡିଓ ଷ୍ଟେସନ ଭାବେ ପ୍ରସାରଣ ଆରମ୍ଭ କରିଥିଲା ରେଡିଓ ଚକଲେଟ୍ । ପ୍ରଥମ କାର୍ଯ୍ୟକ୍ରମ ଥିଲା ସିମ୍ପଲ କହିବ ଗୁଡ୍ ମଣ୍ଣିଂ । ପରେ ପରେ ଇରା ମହାନ୍ତିଙ୍କ ଚକଲେଟ୍ ମେଲୋଡି, ବୁଲେଟ୍ ମହାନ୍ତିଙ୍କ ରେଡିଓ ଅର୍କେଷ୍ଟ୍ରା, କୁନି କୁନି ପିଲାଙ୍କ କଣ୍ଠରେ ମେରି ଆୱାଜ ସୁନୋ କାର୍ଯ୍ୟକ୍ରମ ପ୍ରଶଂସିତ ହୋଇଥିଲା ।

ଗୋଲଡେନ୍ ମାଇକ୍ ପରି ଜାତୀୟ ପୁରସ୍କାର ଜିତିଥିଲା ଏହି କାର୍ଯ୍ୟକ୍ରମ । ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ୧୨ ଘଂଟା ପର୍ଯ୍ୟନ୍ତ ଲାଇଭ୍ କମେଂଟ୍ରି ଏଫଏମ୍ ଇତିହାସରେ ପ୍ରଥମ । ଏଥିସହ ପ୍ରଥମ ରେଡିଓ ଧାରାବାହିକ ଡାଏରୀ ଅଫ୍ ଏ ହାଉସ୍ ୱାଇଫ୍, ଗୋଟିଏ ମିନିଟିରେ ଗୋଟିଏ କାହାଣୀକୁ ନେଇ କାର୍ଯ୍ୟକ୍ରମ ଜୀବନର କେତେ ରଂଗ ଓ ହରର୍ ଷ୍ଟୋରୀ –ଭୟ ଚର୍ଚିତ କାର୍ଯ୍ୟକ୍ରମ । ଆଗକୁ ମଧ୍ୟ ରେଡିଓ ଚକଲେଟ୍ ଏହାର ପ୍ରିୟ ଶ୍ରୋତାମାନଙ୍କ ପାଖରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭେଟି ଦେବା ଜାରି ରଖିବ ।